www.samajalive.in
Saturday, December 6, 2025
14.1 C
Bhubaneswar

ସାମ୍ନାକୁ ଆସିଲେ କିମ୍‌ ଜୋଙ୍ଗ ଉନ୍‌

ପୋଙ୍ଗୟାଙ୍ଗ: ଉତ୍ତରକୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ମୃତ୍ୟୁକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। କିମ୍‌ ଗତ ଶୁକ୍ରବାର ସାମ୍ନାକୁ ଆସିଛନ୍ତି। ଉତ୍ତରକୋରିଆର ରାଜଧାନୀରେ କିମ୍‌ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ତାଙ୍କର ଫଟୋ ଭାଇରାଲ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ, ରାଜଧାନୀ ପୋଙ୍ଗୟାଙ୍ଗ ନିକଟ ସୁଚୋନ୍‌ରେ ଶୁକ୍ରବାର କିମ୍‌ ଏକ ଫର୍ଟିଲାଇଜର କମ୍ପାନୀର ଉଦ୍‌ଘାଟନ କରିଛନ୍ତି। କିମ୍‌ ଫର୍ଟିଲାଇଜର କମ୍ପାନୀ ଉଦଘାଟନ କରିବା ସମୟର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସେ ସାମାନ୍ୟ ଅସୁସ୍ଥ ଥିବା ଫଟୋରୁ ଜଣାପଡ଼ୁଛି।

ସୂଚନାଯୋଗ୍ୟ, କିମ୍‌ ଗତ ଏପ୍ରିଲ ୧୧ ତାରିଖରେ ପଲିଟ୍‌ ବ୍ୟୁରୋ ମିଟିଂରେ ସାମିଲ ହୋଇଥିଲେ। ଏହା ପରେ ଆଉ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଫଳରେ ତାଙ୍କର ସ୍ବାସ୍ଥ୍ୟକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କିଛି ଗଣମାଧ୍ୟମ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଦାବି କରିଥିଲେ।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories