www.samajalive.in
Saturday, December 6, 2025
23.1 C
Bhubaneswar

ଉତ୍ତର କୋରିଆରେ ଜ୍ୱରରେ ୬ ମୃତ , ଏକାନ୍ତବାସରେ ରହିଛନ୍ତି ୧.୮୭ ଲକ୍ଷ

ପ୍ୟୋଙ୍ଗୟାଙ୍ଗ: ବିଭିନ୍ନ ଦେଶ ଭଳି ଉତ୍ତର କୋରିଆରେ ମଧ୍ୟ କରୋନା ଭୟର ବାତାବରଣ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ କୋଭିଡ୍‍-୧୯ ପାଇଁ ଜ୍ୱରରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ପ୍ରାୟ ୧,୮୭,୦୦୦ ଲୋକଙ୍କ ନିକଟରେ ଜ୍ୱରର ଲକ୍ଷଣ ଥିବାରୁ ସେମାନଙ୍କୁ ଏକାନ୍ତବାସରେ ରଖାଯାଇ ଚିକିତ୍ସା କରାଯାଉଛି।
ସୂଚନା ଯୋଗ୍ୟ , ଏହା ପୂର୍ବରୁ ଗୁରୁବାର ଉତ୍ତର କୋରିଆରେ କରୋନାର ଓମିକ୍ରନ ପ୍ରକରଣ ସାମ୍ନାକୁ ଆସିଥିଲା। ଜଣେ ବ୍ୟକ୍ତିଙ୍କ କରୋନା ମାମଲା ପଜିଟିଭ୍‌ ଆସିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ସମଗ୍ର ଦେଶରେ ଲକଡାଉନ୍‌ କଟକଣା ଲାଗୁ କରିଛନ୍ତି । କୁହାଯାଇଛି କି ସମ୍ପୃକ୍ତ କରୋନା ପଜିଟିଭ୍‌ ବ୍ୟକ୍ତି ଜଣକଙ୍କ ନିକଟରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେଣୁ କିମ ଜୋଙ୍ଗ ସଂକ୍ରମଣରେ ରୋକ୍‌ ଲଗାଇବାକୁ ଲକଡାଉନ୍‌ ଘୋଷଣା କରିଛନ୍ତି ।
ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ବହୁ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ । ପରେ ସେ କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଥିବା ବେଳେ ବ୍ୟକ୍ତି ଜଣକ ଓମିକ୍ରନ୍‌ ଭାରିଆଣ୍ଟରେ ସଂକ୍ରମିତ ଥିବା କୁହାଯାଇଛି ।
କୋରିଆର ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି (କେସିଏନଏ)ର ସୂଚନା ଅନୁଯାୟୀ ଦେଶରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହେବା ପରେ କିମ ଜୋଙ୍ଗ ଉନ୍‌ ଅଧିକାରୀ ମାନଙ୍କ ସହ ଏକ ବୈଠକ କରିଥିଲେ । ବୈଠକ କରିବା ପରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗକୁ ୨ ଦିନ ପାଇଁ ତାଲାବନ୍ଦ ଘୋଷଣା କରିଛନ୍ତି ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories