www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନର ଆତିଥ୍ୟକୁ ଖୁବ ପ୍ରଶଂସା କଲେ ଶରଦ ପାୱାର

ଡେସ୍କ: ପୁଣେର କୋନ୍ଧୱାଠାରେ ଇଦ୍-ମିଲନ୍ କାର୍ଯ୍ୟକ୍ରମରେ ଏକ ସମାବେଶକୁ ସମ୍ବୋଧିତ କରି ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ପାକିସ୍ତାନର ସାଧାରଣ ଲୋକ ଏବଂ ସେମାନଙ୍କ ଆତିଥ୍ୟକୁ ଖୁବ ପ୍ରଶଂସା କରିଛନ୍ତି। କ୍ରିକେଟ୍ ମ୍ୟାଚ୍ ପାଇଁ କରାଚି ଗସ୍ତକୁ ମନେ ପକାଇ ସେ କହିଛନ୍ତି ଯେ ‘ମୋର ମନେ ଅଛି ଯେ ଆମେ ଆମର କ୍ରିକେଟ୍ ଦଳକୁ କରାଚି ନେଇଥିଲୁ ଏବଂ ମ୍ୟାଚ୍ ଶେଷ ହେବା ପରେ ଖେଳାଳିମାନେ ମୋତେ କହିଥିଲେ ଯେ ସେମାନେ ପାକିସ୍ତାନର କିଛି ଦର୍ଶନୀୟ ସ୍ଥାନ ଦେଖିବାକୁ ଚାହାଁନ୍ତି। ସେଠାରେ ଆମେ ଏକ ସ୍ଥାନକୁ ଯାଇଥିଲୁ। ପରେ ଆମେ ଏକ ରେସ୍ତୋରାଁରେ ଖାଇବା ପରେ ଯେତେବେଳେ ଆମେ ବିଲ୍ ପୈଠ କରିବାକୁ ଯାଇଥିଲୁ, ସେମାନେ ମନା କରିଥିଲେ ଏବଂ କହିଥିଲେ ଯେ ଆମେ ସେମାନଙ୍କ ଅତିଥି ତେଣୁ ସେମାନେ ଟଙ୍କା ନେଇ ପାରିବେ ନାହିଁ।

ସେ କହିଛନ୍ତି ଯେ ପାକିସ୍ତାନର ରେସ୍ତୋରାଁରେ ସେମାନେ କହିଥିଲେ ଯେ ଆମେ ସଚିନ ତେନ୍ଦୁଲକରଙ୍କୁ ଜାଣୁ, ତାଙ୍କ ଖେଳକୁ ଆମେ ପସନ୍ଦ କରୁ। ଶ୍ରୀ ପାୱାର କହିଛନ୍ତି, ମୋର ବ୍ୟକ୍ତିଗତ ଅଭିଜ୍ଞତା ହେଉଛି ଯେ ପାକିସ୍ତାନର ସାଧାରଣ ବ୍ୟକ୍ତି ଆମର ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି, ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ଏବଂ ସେନା ସହିତ କ୍ଷମତାର ନିୟନ୍ତ୍ରଣ ବଜାୟ ରଖିବାକୁ ଚାହୁଁଛନ୍ତି, ସେମାନେ ବିବାଦ ଏବଂ ଘୃଣାର ଆଭିମୁଖ୍ୟ ରଖିଛନ୍ତି, କିନ୍ତୁ ସେଠାରେ ଅଧିକାଂଶ ଲୋକ ଭାବନ୍ତି ପରିସ୍ଥିତି କିପରି ଅଧିକ ଶାନ୍ତିପୂର୍ଣ୍ଣ ହୋଇପାରିବ।

- Advertisement -

ସେ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଭାବରେ ସେ ଯେବେ ପାକିସ୍ତାନ ଯାଉଥିଲେ ତାଙ୍କୁ ସର୍ବଦା ସ୍ୱାଗତ କରାଯାଇଥିଲା। ଭୁଲ ନେତୃତ୍ୱ ନେଇ ନିଜର ଉଦବେଗ ପ୍ରକାଶ କରି ଏନସିପି ମୁଖ୍ୟ କହିଛନ୍ତି ଯେ ଅନେକ ପାକିସ୍ତାନୀ ଭାରତରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ସହ ସାକ୍ଷାତ କରିବାକୁ ଚେଷ୍ଟା କରୁଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories