www.samajalive.in
Friday, December 5, 2025
20.1 C
Bhubaneswar

ଦୁନିଆରେ ପ୍ରଥମ ; ନିଆରା ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସମୁଦ୍ର ଉପରେ ସ୍ୱପ୍ନ ସହର

ପ୍ୟୋଙ୍ଗୟାଙ୍ଗ : ପାଣିରେ ଭାସମାନ ଅବସ୍ଥାରେ ସହର। କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏଭଳି ଏକ ସହର ତିଆରି ହେଉଛି ଦକ୍ଷିଣ କୋରିୟାର ବୁସାନ କୋଷ୍ଟରେ। ଆସନ୍ତା ବର୍ଷ ଏହା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯିବ ବୋଲି କୁହାଯାଉଛି। ଏହା ଦୁନିଆର ପ୍ରଥମ ସହର , ଯାହା ସମୁନ୍ଦ୍ରରେ ଭାସମାନ ଅବସ୍ଥାରେ ସ୍ୱପ୍ନର ସହର ହେବ। ଏହି ନିଆରା ପ୍ରକଳ୍ପ (ପ୍ରୋଜେକ୍ଟ)କୁ ମିଳିତ ଜାତିସଂଘ ପକ୍ଷରୁ ମଧ୍ୟ ସବୁତ ସଙ୍କେତ ମିଳି ସାରିଛି। ଏହାକୁ (Oceanix Company) ପକ୍ଷରୁ ତିଆରି କରାଯାଉଥିବା ବେଳେ ପାଣି ଉପରେ ଏହି ସହର ଉପରେ ବନ୍ୟାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦାବି କରାଯାଉଛି।
ରିପୋର୍ଟ ଅନୁଯାୟୀ, ବୁସାନରେ ଦୁନିଆର ପ୍ରଥମ ପାଣିରେ ଭାସୁଥିବା ସହର ହେବ। ପ୍ରଥମେ ଏହା ୨୦୨୫ରେ ତିଆରି ହେବାର ଆଶା ଥିବା ବେଳେ ଏବେ ଏହା ୨ ବର୍ଷ ପୂର୍ବରୁ ତିଆରି ହୋଇଯିବ ବୋଲି କୁହାଯାଉଛି। ସମୁଦ୍ରରେ ଜଳସ୍ତର ବୃଦ୍ଧି ହେଲେ ମଧ୍ୟ ସହରରେ ଥିବା ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।
ଏହି ସହର ବନ୍ୟାରୁ ସୁରକ୍ଷା ଦେବା ସହ ସମୁଦ୍ର ମଧ୍ୟରେ କୃତ୍ରିମ ଦ୍ୱୀପ ନିର୍ମାଣ କରାଯାଉଛି। ଏହି ଦ୍ୱୀପ ବାତ୍ୟାକୁ ପ୍ରତିହତ କରିବାର କ୍ଷମତା ରଖିଛି ବୋଲି କୁହାଯାଉଛି। ଏପରିକି ଏହି ସହରରେ ବିଦ୍ୟୁତ ଓ ଆଲୋକୀକରଣ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଏହି ସହର ନିଜକୁ ସୌରଶକ୍ତି ଦ୍ୱାରା ଆଲୋକୀକରଣ କରିବାର ବ୍ୟବସ୍ଥା କରାଯାଇଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସହର ଭିତରେ ପାଣିରେ ଚାଷ କରାଯାଇପାରିବ। ଏଠାରେ ବାସ କରୁଥିବା ଲୋକଙ୍କ ପାଇଁ ଆବଶ୍ୟକୀୟ ଉତ୍ପାଦନ କରାଯାଇପାରିବ। ବିଶୁଦ୍ଧ ପିଇବା ପାଣି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସହରରେ ଅନେକ ଦ୍ୱୀପପୁଞ୍ଜ ଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ବୋଟ୍‍ ବ୍ୟବହାର କରାଯିବ।
ଏହି ସହରକୁ ତିଆରି କରିବା ପାଇଁ ବୁସନ୍‍ ମେଟ୍ରୋପୋଲିଟନ ସିଟି,ୟୁଏଏନ ହେବିଟେଟ୍‍ ଓ ନ୍ୟୁୟର୍କ ଘର,ଶିଳ୍ପ ଆଦି ତିଆରି କରୁଥିବା ବ୍ୟକ୍ତି(ଆର୍କିଟେକ୍‍ଚର ଡିଜାଇନର୍‍) Oceanix Company ସହ ହାତ ମିଶାଇଛନ୍ତି।
ଏହି ସମଗ୍ର ସହରକୁ ପ୍ରସ୍ତୁତ କରିବା ପାଇଁ ୨୦୦ ମିଲିୟନ୍ ଆମେରିକୀୟ ଡଲାର୍ ଲଗାଯିବ। ଲୋକମାନେ ଭଡା ଦେଇ ଏଠାରେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ସହରର ଦ୍ୱୀପପୁଞ୍ଜ ଏକ ଷୋଡଶ ଆକାରରେ ତିଆରି ହେବ, ଯାହା ଚୂନ ପଥରରେ ଆବୃତ ହେବ । କଂକ୍ରିଟ ଅପେକ୍ଷା ଚୂନ ପଥର ଅନେକ ଗୁଣ ଅଧିକ ଶକ୍ତିଶାଳୀ । ଏଠାରେ ରହୁଥିବା ଲୋକମାନେ କେବଳ ଉଦ୍ଭିଦରୁ ଖାଦ୍ୟ ପାଇବେ ।
ଏକ ଆକଳନ ଅନୁଯାୟୀ, ସହରର କ୍ଷେତ୍ର ୭୫ ହେକ୍ଟରରୁ ଅଧିକ ହେବ ଏବଂ ଏଠାରେ ନିର୍ମାଣ ହେବାକୁ ଥିବା କୋଠାଗୁଡ଼ିକ ୭ ମହଲାରୁ ଅଧିକ ରଖାଯିବ ନାହିଁ ।  ପ୍ରାରମ୍ଭରେ ଏଠାରେ ୧୦-୧୨ ହଜାର ଲୋକ ବାସ କରିବେ ଏବଂ ପରେ ଧୀରେ ଧୀରେ ଏହି ସଂଖ୍ୟା ଏକ ଲକ୍ଷକୁ ବୃଦ୍ଧି ପାଇବ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories