www.samajalive.in
Friday, December 5, 2025
20.1 C
Bhubaneswar

ଭୂଆପଡା ଜମିବାଡ଼ି ବିବାଦରୁ ହତ୍ୟା ଘଟଣା: ସମ୍ପର୍କିୟ ଦିଅର ଗିରଫ, ୨ ଅଟକ

ଗୁଡଭେଲା : ତୁଷୁରା ଥାନା ଅନ୍ତର୍ଗତ ଭୂଆପଡା ଗାଁରେ ଜମିବାଡି ବିବାଦରୁ ଭାଉଜକୁ ହତ୍ୟା କରିଥିବା ସମ୍ପର୍କିୟ ଦିଅରକୁ ତୁଷୁରା ପୁଲିସ ଗରିଫ କରିବା ସହ ଆଜି ଅଦାଳତ ଚାଲାଣ କରାଯାଇଛି । ମୃତ ମହିଳା ସିମାଞ୍ଜଳିଙ୍କ ସ୍ବାମୀ ଧନବରଙ୍କ ଅଭିଯୋଗ ଅନୁସାରେ, ବିଦୁଭୂଷଣ ମାଝୀଙ୍କ ଆଉ ୫ଜଣ ଭାଇ ମିଶି ହତ୍ୟା କରିଛନ୍ତି। ହେଲେ ବିଦୁଭୂଷଣ ମୁଁ ଏକା ହତ୍ୟା କରିଛି ବୋଲି ଦୋଷ ସ୍ବୀକାର କରିଥିଲେ । ଧନବରଙ୍କ ଅଭିଯୋଗକୁ ଭିତ୍ତି କରି ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଅଦାଲତ ଚାଲାଣ କରାଯାଇଛି। ଏଥିସହ ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଥିବା ବେଲେ ଆଉ ତିନି ଜଣ ଭାଇ ଫେରାର ଥିବା ଚର୍ଚ୍ଚା ହେଉଛି । ତେଣୁ ଦିନ ୧୦ଟା ସମୟରେ ବିଚ୍ ରାସ୍ତାରେ ସ୍ବାମୀଙ୍କ ଉପସ୍ଥିତରେ ବିଦୁଭୂଷଣ କିପରି ହତ୍ୟା କଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଦୁଭୂଷଣ ଏକା ନା ଅନ୍ୟ ଭାଇମାନେ ମିଶି ହତ୍ୟାକାଣ୍ଡ ଭିଆଇଛନ୍ତି ତାହା ତଦନ୍ତ ସାପେକ୍ଷ ରହିଛି ।

ସେହିପରି ଧନବର ନିଜର ସୁରକ୍ଷା ତଥା ନିଜର ହକ୍ ପାଇବା ପାଇଁ ତୁଷୁରା ଥାନାର ଦ୍ବାରସ୍ଥ ହୋଇ ବିଦୁଭୂଷଣଙ୍କ ୫ ଭାଇ ଓ ଗାଁର କିଛି ଲୋକଙ୍କ ନାଁରେ ବାରମ୍ବାର ଅଭିଯୋଗ କରିଥିଲେ। ମାତ୍ର ମାମଲା ରୁଜୁ କରି ନୋଟିସ ଦେଇ ନିଜର କାମ ସାରିଦେଇଥିଲା ତୁଷୁରା ପୁଲିସ । ଯଦ୍ବାରା ଏକ ନିରୀହ ଜୀବନ ଚାଲିଗଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories