www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀ କରୋନା ହଟ୍‌ସ୍ପଟ, ହେ​‌ଲେ ସାମାଜିକ ଦୂରତ୍ଵ ଏଠି ଫେଲ୍‌

ଭୁବନେଶ୍ବର: କରୋନା ଭୂତାଣୁ ସାରା ବିଶ୍ବର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଭାରତରେ ସ୍ଥିତି ମଧ୍ୟ ଗମ୍ଭୀର ରହିଛି। ଓଡ଼ିଶାରେ କରୋନା ଉପରେ କାବୁ ପାଇବାକୁ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଲକଡାଉନ ସାଙ୍ଗକୁ ସାମାଜିକ ଦୂରତ୍ଵ ରକ୍ଷା କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରୁଛନ୍ତି। କିନ୍ତୁ ଲୋକେ ମାନିବାକୁ ନାରାଜ। କୌଣସି ଉପାନ୍ତ ଅଞ୍ଚଳ କଥା ନୁହେଁ, ଶିଖିତ ସହର କୁହାଯାଉଥିବା ଖୋଦ ରାଜଧାନୀ ଭୁବନେଶ୍ବରରେ ଲୋକେ କରୋନା ବିଷୟରେ ସଚେତନ ନ ଥିବା ଦେଖାଯାଉଛି। ଭୁବନେଶ୍ବର ରାଜ୍ୟର ସବୁ ବଡ଼ କରୋନା ହଟ୍‌ସ୍ପଟ ଭାବେ ଚିହ୍ନଟ ହୋଇଛି। ଓଡ଼ିଶାରେ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅର୍ଦ୍ଧାଧିକ ହେଉଛନ୍ତି ଭୁବନେଶ୍ବରର। କିନ୍ତୁ ଏଠାରେ ସାମାଜିକ ଦୂରତ୍ଵ ସମ୍ପୂର୍ଣ୍ଣ ଫେଲ ମାରିଛି। ଲୋକେ ସଚେତନ ହୋଇ କରୋନା ଯୁଦ୍ଧରେ ସାମିଲ ହେବା ବଦଳରେ ବିପଦକୁ ଟାଣି ଆଣିବାରେ ବେଶୀ ଉତ୍ସୁକତା ଦେଖାଉଛନ୍ତି। ବୁଧବାର ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବା କେତେକ ଦୃଶ୍ୟ ଏହା ବୟାନ କରୁଛି।

- Advertisement -

ବୁଧବାର ପୂର୍ବାହ୍ନରେ ଭୁବନେଶ୍ବର ଆଇଆରସି ଭିଲେଜ ଏନ-୩ରେ କିଛି ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସନ ସାମଗ୍ରୀ ପାଇଁ ଲୋକେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। କିନ୍ତୁ କେହି ଜଣେ ହେଲେ ସାମାଜିକ ଦୂରତା ରଖି ନ ଥିଲେ। ପରସ୍ପର ସହିତ ଅତି ନିକଟତର ହୋଇ ଛିଡ଼ା ହୋଇଥିଲେ। ଅଧିକାଂଶଙ୍କ ମୁହଁରେ ମାସ୍କ କିମ୍ବା ରୁମାଲ ନ ଥିଲା। ରାସନ ବଣ୍ଟନ ହେଉଥିବା ସ୍ଥାନ ଲୋକାରାଣ୍ୟ ହୋଇପଡ଼ିଥିଲା। ଶତାଧିକ ମହିଳା ପୁରୁଷ ଗୋଟିଏ ଜାଗାରେ ଏକାଠି ହୋଇଥିଲେ। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଟଙ୍କା ଉଠାଇବା ପାଇଁ ମଧ୍ୟ ଲୋକ ଏଟିଏମ ଆଗରେ ଭିଡ଼ ଜମାଇଥିଲେ। ପରସ୍ପରକୁ ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories