www.samajalive.in
Saturday, December 6, 2025
17.1 C
Bhubaneswar

ଇଟାଭାଟି ଧୂଆଁରେ ଲୋକେ ଅଣନିଃଶ୍ୱାସୀ, କାର୍ଯ୍ୟାନୁଷ୍ଠାନ ଦାବି

ତ୍ରିଶୂଳିଆ: ପାଗ ବଦଳିଲାଣି, ହେଲେ ତାତି କମୁନାହିଁ। ରାଜଧାନୀରେ ସକାଳୁ ପାରଦ ୩୦ ଡିଗ୍ରୀ ଟପିଯାଉଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। କିନ୍ତୁ ପ୍ରଶାସନର ନିଦ ଭାଙ୍ଗୁନି। ଭୁବନେଶ୍ୱର ଉପକଣ୍ଠରେ ଅନେକ ବେଆଇନ ଇଟାଭାଟି ଚାଲୁଥିଲେ ହେଁ ତାହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ଯାହାକୁ ନେଇ ଉପକଣ୍ଠ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବାରଙ୍ଗ ତହସିଲ ଅଞ୍ଚଳରେ ଚାଲିଛି ଏପରି ଅନେକ ବେଆଇନ ଇଟାଭାଟି। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଇଟାଭାଟିର କୋଇଲା ଧୂଆଁ ଲୋକଙ୍କୁ ଅଣନିଃଶ୍ୱାସୀ କରୁଛି। ଗୋଟିଏ ପଟେ ଇଟାଭାଟି ଧୂଆଁ ଯୋଗୁ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ବଢ଼଼ୁଥିବାବେଳେ ଅନ୍ୟପଟେ ପ୍ରଦୂଷଣ ବି ସୃଷ୍ଟି କରୁଛି। ଖରାତାତି ସାଙ୍ଗକୁ ଇଟାଭାଟିର ତତଲା ପବନ ଲୋକଙ୍କୁ ଅତିଷ୍ଠ କରୁଛି। ଏଭଳି ସମସ୍ୟା ଭୋଗୁଛନ୍ତି ବାରଙ୍ଗ ବ୍ଲକ ରାମଦାସପୁର ପଞ୍ଚାୟତର ବାସିନ୍ଦା। ଏହି ଅଞ୍ଚଳରେ ଦେଖିବାକୁ ମିଳୁଛି ବହୁ ବେଆଇନ ଇଟାଭାଟି। ନିକଟରେ ଥିବା ରାଜସ୍ୱ କାର୍ଯ୍ୟାଳୟର ଅଧିକାରୀ କିମ୍ବା ତହସିଲ କର୍ତ୍ତୃପକ୍ଷ ଏହା କିପରି ଜାଣିପାରୁ ନାହାନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ସେହିପରି ବାରଙ୍ଗ ବ୍ଲକର ୩୨ ନମ୍ବର ଜୋନ୍‌‌ର ବିଭିନ୍ନ ସ୍ଥାନରେ ବି ଚାଲିଛି ବେଆଇନ ଇଟାଭାଟି। କେତେକ ଭାଟିରେ ଶିଶୁଙ୍କୁ ବି କାମରେ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି। ଏସବୁ ବେଆଇନ ଇଟାଭାଟିଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଲାଗି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories