ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିକୁ ଗୁରୁବାର ପ୍ରତ୍ୟୁଷରେ ୪୬ଟି ହାତୀ ପଶି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ରୁ ଅଧିକ ଦନ୍ତା ହାତୀ ଥିବା ବେଳେ ୭ରୁ ଅଧିକ ଛୁଆ ହାତୀ ଅଛନ୍ତି। ନୀଳଗିରିକୁ କ୍ରମାଗତ ଭାବେ ୧୦ବର୍ଷ ହେବ ଶତାଧିକ ଝାଡ଼ଖଣ୍ଡ ହାତୀ ଆସୁ ଥିଲେ ହେଁ ଅସମୟରେ ଏହି ହାତୀ ପଶିବା ଘଟଣା ଭୟ ସଞ୍ଚାର କରିଛି। ନୀଳଗିରି ବନବିଭାଗ ସେମାନଙ୍କୁ ଘଉଡାଇବା ଆରମ୍ଭ କରିଛି।

ସମ୍ପ୍ରତି ହାତୀମାନେ ଗୋପାଳପୁର ଜଙ୍ଗଲ ଭିତରେ ଲୁଚି ରହିଛନ୍ତି। ଅନେକ ହାତୀ ଜଙ୍ଗଲ ପାଖ ଅଞ୍ଚଳରେ ଉପଦ୍ରଵ ଘଟାଉଛନ୍ତି। ସୂଚନା ଯେ ,ଝାଡ଼ଖଣ୍ଡର ଦଲମା ଅଭୟାରଣ୍ୟରୁ ଏହି ହାତୀ ମାନେ ମୟୂରଭଞ୍ଜ ଜିଲା ଦେଇ ନୀଳଗିରିକୁ ପଶିଛନ୍ତି।
ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା; ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ



