www.samajalive.in
Friday, December 5, 2025
27.1 C
Bhubaneswar

ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମ୍ୟାଚ ଉପରେ ଆତଙ୍କବାଦୀଙ୍କ ନଜର, ବଢିଲା ସୁରକ୍ଷା ବ୍ୟବସ୍ଥା

ନ୍ୟୁୟର୍କ: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବାବେଳେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଆତଙ୍କବାଦୀ ନଜର ରହିଛି। ନ୍ୟୁୟର୍କରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଧମକ ଦେଇଛି ଆତଙ୍କୀ ସଂଗଠନ ଇସଲାମିକ୍‌‌ ଷ୍ଟେଟ୍‌‌। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସୁରକ୍ଷା ବଢାଇବାକୁ ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇସିସି ମଧ୍ୟ କହିଛି ସୁରକ୍ଷା ହେଉଛି ଆମର ପ୍ରଥମ ପ୍ରାଥମିକତା ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯାଇପାରିବ ନାହିଁ। ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଜୁନ୍‌‌ ୯ରେ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ନେଇ ଆଇଏସ୍‌‌ ଧମକ ଦେଇଛି। ଧମକ ପରେ ସୁରକ୍ଷା ବ୍ୟବସ୍ଥା ପୁନଃ ଯାଞ୍ଚ କରାଯାଉଛି। ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ନାହିଁ। କିନ୍ତୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories