www.samajalive.in
Friday, December 5, 2025
27.1 C
Bhubaneswar

ଆଡ଼େଣିଗଡ଼ରେ ଗ୍ରାମ ଇଷ୍ଟଦେବୀଙ୍କ ପୂଜା ପାଳିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡ଼େଣିଗଡ଼ଠାରେ ମହାସମାରୋହରେ ଗାଁର ଇଷ୍ଟଦେବୀ ଙ୍କ ପୂଜା ପାଳିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଏହି ପୂଜା ର ପ୍ରଥମ ଦିନ ବାର, ଦ୍ଵିତୀୟ ଦିନ ପୂଜା ଓ ତୃତୀୟ ଦିନ ତୁର୍କୀପେନୁ ନାମରେ ନାମିତ। ବର୍ଷ କୁ ଥରେ ଜ୍ୟଷ୍ଠ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟ ମଙ୍ଗଳବାର ଦିନ ଏହା ଅନୁଷ୍ଠିତ ହୋଇଥାଏ। କାହିଁ କେଉଁ ଆବାହନମାନ କାଳରୁ ଏହି ପୂଜା ହୋଇଆସୁଛି। ଗାଁର ମଙ୍ଗଳ ପାଇଁ ସାଧାରଣତଃ ଏହି ପୂଜା କରାଯାଇଥାଏ ବୋଲି ଗ୍ରାମବାସୀମାନେ ମତ ରଖିଛନ୍ତି।ଏହି ତିନି ଦିନ ସମସ୍ତେ ସ୍ଵଚ୍ଛମନରେ ଉପବାସ ରହି ଏହି ପୂଜା କରିଥାନ୍ତି। ଗାଁର ଇଷ୍ଟଦେବୀ ମାଁ ବରାଳଦେବୀ, ବୁଢ଼ାବଉରା, ମାଟି ମା, ତୁର୍କୀପେନୁ ଙ୍କୁ ପୂଜା କରାଯାଇଥାଏ। ଇଷ୍ଟ ଦେବୀ, ମାଟି ମାଁ ଙ୍କୁ ପୂଜା କଲେ ବର୍ଷ ସାରା ଗାଁ ରେ ଚାଷ କାମ ଭଲ ହେବା ସହିତ ସମସ୍ତ ଗ୍ରାମବାସୀ ସୁଖ ଶାନ୍ତି ରେ ରହିଥାନ୍ତି ବୋଲି ଗ୍ରାମବାସୀ ମାନଙ୍କର ବିଶ୍ୱାସ ରହିଛି। ଗ୍ରାମଦେବୀ ଙ୍କ ନିକଟରେ ଝୁଣା, ଧୂପ, ଉଖୁଡ଼ା, ଭୋଗ ସହିତ କୁକୁଡ଼ା ଓ ପଶୁ ବଳି ମଧ୍ୟ ଦିଆଯାଇଥାଏ। ଏହି ତିନି ଦିନ ଗାଁ ରୁ କେହି କୁଆଡ଼େ ନ ଯିବା ଏବଂ ବାହାରୁ ଗାଁ କୁ କେହି ନ ଆସିବା ଏକ ମୁଖ୍ୟ ପରମ୍ପରା ରହିଛି। ମୁଖ୍ୟ ପୂଜକ ବା ଦେହେରୀ ଭାବେ ମାନସ ପାତ୍ର ଓ ବାହୁକ ଭାବେ ପାଣୁଆ ବେହେରା ରହିଥିବା ବେଳେ ଗ୍ରାମ ମୁଖିଆ ଶ୍ରୀପତି ଭୋଇଙ୍କ ସହିତ ମୋହନ ସାହୁ, ବ୍ରହ୍ମ ନନ୍ଦ ବାଘ, ପୁରେନ୍ଦ୍ର ବାଘ, ପତିତ ମଲିକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories