ଶବ ଯାତ୍ରା ଦେଖିଲେ ଏପରି କରନ୍ତୁ, ପୁଣ୍ୟ ପ୍ରାପ୍ତି ହେବ 

0

ଆମ ହିନ୍ଦୁ ପରମ୍ପରାରେ ଅନେକ ନୀତିନିୟମ ଅଛି। ସଂଖ୍ୟାଧିକ ଭାରତୀୟ ବିଦେଶରେ ବସବାସ କରିଥିବା ସତ୍ତ୍ବେ ନିଜ ପରମ୍ପରାକୁ ଏବେ ସୁଦ୍ଧା ଆଦରି ରହିଛନ୍ତି। କାଶୀ ପଣ୍ଡିତଙ୍କ କହିବାନୁସାରେ, ହିନ୍ଦୁ ପରିବାରରେ ଯେଭଳି ସନ୍ତାନ ଜନ୍ମ ସମୟରେ ନିୟମମାନ ପାଳନ କରାଯାଏ, ସେଭଳି ଅନ୍ୟ କାହାର କିମ୍ବା ଆତ୍ମୀୟଙ୍କ ଶବଯାତ୍ରା ସମୟରେ ପ୍ରତ୍ୟେକ କେତୋଟି ନିୟମ ପାଳିବା ଉଚିତ।

ଆତ୍ମୀୟ ହୁଅନ୍ତୁ କିମ୍ବା ଅଜଣା ବ୍ୟକ୍ତି, ଶବଯାତ୍ରା ସମୟରେ କୋକେଇରେ କାନ୍ଧ ଦେଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। ପରିବାରର ଜ୍ଞାତିସ୍ବଜନ ଏହି କାମରେ ଭାଗୀଦାର ହେବା ନିତାନ୍ତ ସୌଭାଗ୍ୟର ବିଷୟ। ଏହା ମୃତକଙ୍କ ଆତ୍ମାକୁ ଶାନ୍ତି ଦେଉଥିବାର ମତ। ପିତାମାତାଙ୍କର ଶେଷ ସମୟରେ ପିଲାମାନେ ସେମାନଙ୍କ ପାଖରେ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ପଣ୍ଡିତ।

ରାସ୍ତାରେ ଯିବା ସମୟରେ ଶବ ଯାତ୍ରା ହେଉଥିବାର ଦେଖିଲେ ତୁରନ୍ତ ଅଟକିଯାନ୍ତୁ। ଶବ ଯିବା ପରେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ଉଚିତ।

ଶବଯାତ୍ରା ଦେଖିଲେ ଗାଡ଼ିରେ କିମ୍ବା କାର୍‌ରେ ବସିଥିବା ବେଳେ ହର୍ଣ୍ଣ ବଜାଇବା ଅନୁଚିତ। ଏହା ମୃତକଙ୍କୁ ଅସମ୍ମାନ ପ୍ରଦାନ କରିବା ସହ ସମାନ ହୋଇଥାଏ।

କୌଣସି ଜରୁରୀ କାମରେ ବାହାରୁଥିବା ବେଳେ ରାସ୍ତାରେ ଶବଯାତ୍ରା ଦେଖିବା ଶୁଭଙ୍କର ବୋଲି କାଶୀ ପଣ୍ଡିତଙ୍କ ମତ।

 

Leave A Reply