www.samajalive.in
Tuesday, December 9, 2025
15.1 C
Bhubaneswar

‘ୟେସ ବ୍ୟାଙ୍କ’ରେ ଟଙ୍କା ସୁରକ୍ଷିତ – ସୀତାରମଣ

ସମାଜ ପୋର୍ଟାଲ ଡେସ୍କ: ନାଟକୀୟ ଢଙ୍ଗରେ ରାତି ଅଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୟେସ ବ୍ୟାଙ୍କର ନିୟନ୍ତ୍ରଣ କ୍ଷମତା ନିଜ ଅଧୀନକୁ ନେବା ପରେ ଜମାକାରୀଙ୍କ ଆଶଙ୍କା ଦୂର କରିବାକୁ ଯାଇ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ କହିଛନ୍ତି ଯେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ଏବଂ ଉପୁଜି ଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

ଗତ ରାତିରେ ଅର୍ଥାତ ମାର୍ଚ୍ଚ ୫ ତାରିଖ ରାତିରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆସନ୍ତା ଏକ ମାସ ପାଇଁ ଦେଶର ଚତୁର୍ଥ ବୃହତମ ଘରୋଇ ଋଣ ପ୍ରଦାନକାରୀ ବ୍ୟାଙ୍କ ‘ୟେସ ବ୍ୟାଙ୍କ’ ଉପରେ ପ୍ରତିବନ୍ଧକ ଜାରି କରିଛି। ଫଳରେ ଦୈନିକ ୫୦ ହଜାର ଟଙ୍କାରୁ ଅଧିକ ଉଠାଯାଇ ପାରିବ ନାହିଁ। ବ୍ୟାଙ୍କ ଖୋଲା ବଜାରରୁ ପୁଞ୍ଜି ସଂଗ୍ରହ କରିବାରେ ବାରମ୍ବାର ବିଫଳ ହେବା ଏଭଳି ପରିସ୍ଥିତି ପାଇଁ ଦାୟୀ ବୋଲି ପ୍ରାଥମିକ ଭାବେ କୁହାଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ସେ ଆରବିଆଇ ସହିତ ନିରନ୍ତର ଆଲୋଚନା କରୁଛନ୍ତି ଏବଂ ଆରବିଆଇ ଏହି ମାମଲାର ଶୀଘ୍ର ସମାଧାନ କରିବେ ବୋଲି ସେ ଆଶାବାଦୀ।

- Advertisement -

ସେ ଆଶ୍ୱାସନା ଦେଇ କହିଛନ୍ତି, କୌଣସି ଜମାକାରୀ କ୍ଷତିଗ୍ରସ୍ତ ହେବେ ନାହିଁ ଏବଂ ତୁରନ୍ତ ପ୍ରାଥମିକତା ହେଉଛି ଯେଭଳି ବ୍ୟାଙ୍କ ଜମାକାରୀମାନେ ଧାର୍ଯ୍ୟ ସୀମା ମଧ୍ୟରେ ଟଙ୍କା ଉଠାଇବାରେ ସକ୍ଷମ ହେବା ନିଶ୍ଚିତ କରିବା। ନିର୍ମଳା କହିଛନ୍ତି, “ମୁଁ ପ୍ରତ୍ୟେକ ଜମାକାରୀଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସେମାନଙ୍କ ଟଙ୍କା ସୁରକ୍ଷିତ ରହିଛି। ସେମାନଙ୍କର ଟଙ୍କା ସୁରକ୍ଷିତ ଅଛି।”

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସହ ଆଲୋଚନା ପରେ ସୀତାରମଣ ସାମ୍ବାଦିକମାନଙ୍କୁ କହିଛନ୍ତି, ଏସବିଆଇ ପରିଚାଳନା କମିଟି ୟେସ ବ୍ୟାଙ୍କରେ ପୁଞ୍ଜି ବିନିଯୋଗର ସୁଯୋଗ ଅନୁସନ୍ଧାନ କରିବାକୁ ଅନୁମତି ଦେଇଛି। ତେଣୁ ଜମାକାରୀମାନେ ଏ ନେଇ ନିଶ୍ଚିତ ରହିବାକୁ ସେ କହିଛନ୍ତି।

ଗତ ସନ୍ଧ୍ୟାରେ ଆରବିଆଇର ଘୋଷଣା ପରେ ଦେଶରେ ଥିବା ୟେସ ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଏଟିଏମରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି। କେତେକ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ କରିବାକୁ ପଡିଛି। ୟେସ ବ୍ୟାଙ୍କର ସମଗ୍ର ଦେଶରେ ୧ ହଜାର ଶାଖା ଅଛି |

ସୀତାରମଣ କହିଛନ୍ତି ଯେ ଆରବିଆଇ ଗଭର୍ଣ୍ଣର ଆଶ୍ୱାସନା ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଏହି ସମସ୍ୟାର ଉପଯୁକ୍ତ ସମାଧାନ ହେବ ଓ କୌଣସି ଜମାକାରୀ ଟଙ୍କା ହରାଇବେ ନାହିଁ। ସେ କହିଛନ୍ତି ଯେ ସମସ୍ୟାର ଏକ ଉତ୍ତମ ସମାଧାନ ଖୋଜିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରକ୍ରିୟା ଜାରି ରଖିଛି।ଉଭୟ ଆରବିଆଇ ଏବଂ ସରକାର ସମସ୍ତ ପ୍ରସଙ୍ଗ ଉପରେ ଦୃଷ୍ଟି ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories