ଚିରନିଦ୍ରାରେ ବଲିଉଡ୍‌ର ଭେଟେରାନ୍‌ ଅଭିନେତ୍ରୀ ଗୀତା କାପୁର

0

ମୁମ୍ବାଇ:  ବଲିଉଡ୍‌ର ଭେଟେରାନ୍‌ ଅଭିନେତ୍ରୀ ତଥା  ପଖିଜାର ହିରୋଇନ୍‌ ଗୀତା କାପୁର ମୁମ୍ବାଇର ଏକ ବେସରକାରୀ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୫୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।  ଗତ ବର୍ଷ ତାଙ୍କ ପୁଅ ତଥା ନୃତ୍ୟ ନିର୍ଦେଶକ ରାଜା କାପୁର ତାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ଖବର ପ୍ରକାଶିତ ହୋଇଥିଲା ।

ତାଙ୍କ ପୁଅ ରାଜା କାପୁର ତାଙ୍କୁ ଚାରିଦିନରେ ଥରେ ଖାଇବାକୁ ଦେବା ସହ ତାଙ୍କୁ ମାରପିଟ୍‌ କରୁଥିବା ଅଭିଯୋଗ ହୋଇଥିଲା । ଏହା ସହ ହସ୍‌ପିଟାଲରେତାଙ୍କୁ ଛାଡି  ଏଟିଏମ୍‌ରୁ ଟଙ୍କା ଉଠାଇବା ବାହାନାରେ ପଳାଇଥିବା ଅଭିଯୋଗ ହୋଇଥିଲା । ତାଙ୍କର ଝିଅ ଏୟାର ହୋର୍ଷ୍ଟେସ ହୋଇଥିଲେ ମଧ୍ୟ ତାଙ୍କୁ ଘରକୁ ନେଇ ନ ଥିଲେ  । ଏହାପରେ ସିନେମା ନିର୍ଦେଶକ  ଅଶୋକ ପଣ୍ଡିତ ତାଙ୍କର ହସ୍‌ପିଟାଲ ବିଲ୍‌ ଦେବା ସହ ତାଙ୍କୁ ଏକ ଜରା ଶ୍ରମରେ ରଖାଇଥିଲେ । ପରେ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଏସ୍‌ଆର୍‌ଭି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।  ଶନିବାର ସକାଳେ  ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ଶେଷ ସମୟରେ ସେ ନିଜ ପିଲମାନଙ୍କୁ ଝୁରିଥିଲେ ମଧ୍ୟ କେହି ତାଙ୍କ ପାଖକୁ ଆସି ନ ଥିଲେ ।

ଗୀତା କାପୁର ୧୦୦ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିଛନ୍ତି । ପଖିଜା ସିନେମାରେ ସେ ରାଜ କୁମାରଙ୍କ ଦ୍ୱିତୀୟ ପତ୍ନୀ ଭାବେ କାମ କରି ବେଶ୍‌ ଚର୍ଚ୍ଚାରେ ଥିଲେ ।

Leave A Reply