ଚିରନିଦ୍ରାରେ ବଲିଉଡ୍ର ଭେଟେରାନ୍ ଅଭିନେତ୍ରୀ ଗୀତା କାପୁର
ମୁମ୍ବାଇ: ବଲିଉଡ୍ର ଭେଟେରାନ୍ ଅଭିନେତ୍ରୀ ତଥା ପଖିଜାର ହିରୋଇନ୍ ଗୀତା କାପୁର ମୁମ୍ବାଇର ଏକ ବେସରକାରୀ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୫୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଗତ ବର୍ଷ ତାଙ୍କ ପୁଅ ତଥା ନୃତ୍ୟ ନିର୍ଦେଶକ ରାଜା କାପୁର ତାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ଖବର ପ୍ରକାଶିତ ହୋଇଥିଲା ।
ତାଙ୍କ ପୁଅ ରାଜା କାପୁର ତାଙ୍କୁ ଚାରିଦିନରେ ଥରେ ଖାଇବାକୁ ଦେବା ସହ ତାଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଥିଲା । ଏହା ସହ ହସ୍ପିଟାଲରେତାଙ୍କୁ ଛାଡି ଏଟିଏମ୍ରୁ ଟଙ୍କା ଉଠାଇବା ବାହାନାରେ ପଳାଇଥିବା ଅଭିଯୋଗ ହୋଇଥିଲା । ତାଙ୍କର ଝିଅ ଏୟାର ହୋର୍ଷ୍ଟେସ ହୋଇଥିଲେ ମଧ୍ୟ ତାଙ୍କୁ ଘରକୁ ନେଇ ନ ଥିଲେ । ଏହାପରେ ସିନେମା ନିର୍ଦେଶକ ଅଶୋକ ପଣ୍ଡିତ ତାଙ୍କର ହସ୍ପିଟାଲ ବିଲ୍ ଦେବା ସହ ତାଙ୍କୁ ଏକ ଜରା ଶ୍ରମରେ ରଖାଇଥିଲେ । ପରେ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଏସ୍ଆର୍ଭି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଷ ସମୟରେ ସେ ନିଜ ପିଲମାନଙ୍କୁ ଝୁରିଥିଲେ ମଧ୍ୟ କେହି ତାଙ୍କ ପାଖକୁ ଆସି ନ ଥିଲେ ।
ଗୀତା କାପୁର ୧୦୦ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିଛନ୍ତି । ପଖିଜା ସିନେମାରେ ସେ ରାଜ କୁମାରଙ୍କ ଦ୍ୱିତୀୟ ପତ୍ନୀ ଭାବେ କାମ କରି ବେଶ୍ ଚର୍ଚ୍ଚାରେ ଥିଲେ ।
Standing besides the dead body of Actress #GeetaKapoor 57 who was abandoned by her kids in #SRVHospital a year back breathed her last at a suburban Old age home today morning. We tried our best to keep her healthy but her wait for her Son&daughter made her weaker day by day. #RIP pic.twitter.com/yCChdzeSEt
— Ashoke Pandit (@ashokepandit) 26 May 2018
Her body will be kept at Cooper Hospital Vileparle for two days hoping her Children to come and atleast do the last rites Otherwise We wl do our best to bid her a dignified good bye.. Thank U #DrTripathi SRV Hospital @MumbaiPolice #JivanAshaoldHome for being a great help.? #RIP pic.twitter.com/ZsH48xPg5a
— Ashoke Pandit (@ashokepandit) 26 May 2018