ଇଡେନ ଟେଷ୍ଟ : ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ବିଜୟଠାରୁ ୫ୱିକେଟ ଦୂରରେ ଭାରତ
କୋଲକାତା : କୋଲକାତାର ଇଡ଼େନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଗୋଲାପି ବଲ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ତାର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ବାଂଲାଦେଶ ଦଳ ବର୍ତ୍ତମାନ ସୁଦ୍ଧା ୫ଟି ୱିକେଟ ହରାଇ ୧୩୪ରନ ସଂଗ୍ରହ କରିଛି। ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ଭାରତଠାରୁ ୧୦୭ରନ ପଛରେ ରହିଛି। ଅନ୍ୟପକ୍ଷରେ ଏହି ମ୍ୟାଚକୁ ହାତେଇବା ପାଇଁ ଭାରତ ୬ୱିକେଟ ଦୂରରେ ରହିଛି।
ଶୁକ୍ରବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶ ପ୍ରଥମ ଇନିଂସରେ ୧୦୬ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଭାରତ ବ୍ୟାଟିଂ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା । ଆଜି ଭାରତ ପ୍ରଥମ ଦିନର ଅସମାପ୍ତ ଇନିଂସ ୧୭୪/୩ ରୁ ଖେଳ ଆରମ୍ଭ କରିଥିଲା । ତେବେ ଅଧିନାୟକ ବିରାଟ କୋହଲିଙ୍କ ୧୩୬ ରନ ବଳରେ ୯ୱିକେଟ ହରାଇ ୩୪୭ରନ କରି ତାର ପ୍ରଥମ ପାଳି ଘୋଷଣା କରିଥିଲା। ଏହାର ଯବାବରେ ବାଂଲାଦେଶ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ପ୍ରଥମେ ବାଂଲାଦେଶ ୨ରନରେ ତାର ପ୍ରଥମ ୱିକେଟ ହରାଇଥିଲା। ପରେ ଗୋଟିଏ ପରେ ଗୋଟିଏ ୱିକେଟ ଯାଇଥିଲା।
Comments are closed.