ଓୱେସିଙ୍କୁ ସାକ୍ଷୀ ମହାରାଜଙ୍କ ଧମକ : ଅଯୋଧ୍ୟା ମାମଲାରେ ବେଇମାନୀ କରନାହିଁ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଆସିବା ପରେ ଏଆଇଏମଆଇଏମ୍ ନେତା ଅସଉଦ୍ଦିନ ଅଓ୍ଵେସୀଙ୍କ ଦେଇଥିବା ବୟାନକୁ ନେଇ ଉତ୍ତର ପ୍ରଦେଶ ଉନ୍ନାବର ବିଜେପି ସାସଂଦ ସାକ୍ଷୀ ମହାରାଜ ରାଗି ଯାଇଛନ୍ତି। ସେ ଓସ୍ପେସୀଙ୍କୁ ଧମକ ଦେଇ ଏହି ମାମଲାରେ ବେଇମାନୀ ନକରିବାକୁ କହିଛନ୍ତି।  ସେ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସର୍ବୋଚ୍ଛ। ଏହାକୁ ମାନିନେବା ଉଚିତ। ଓୱେସି ଏହି ମାମଲାରେ ତୁମେ ବେଇମାନ ଭଳି କଥା କୁହନାହିଁ। ଏହା ପୂର୍ବରୁ ଜାମ୍ମୁକାଶ୍କୀରରୁ ୩୭୦ଧାରା ଉଚ୍ଛେଦ ସମୟରେ ମଧ୍ୟ ତୁମେ ଅସନ୍ତୁଷ୍ଟ ଥିଲ ଏବଂ ଆଜି ଅଯୋଧ୍ୟା ମାମଲାର ରାୟରେ ମଧ୍ୟ ତୁମେ ସନ୍ତୁଷ୍ଟ ନାହଁ।

prayash

ଉଲ୍ଲେଖ ଯୋଗ୍ୟ, ସୁପ୍ରିମକୋର୍ଟ ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଥିଲେ। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ପ୍ରଦାନ ପାଇଁ କୋର୍ଟ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଏହି ରାୟରେ ଏଆଇଏମଆଇଏମ୍ ନେତା ଅସଉଦ୍ଦିନ ଓୱେସି ଅସନ୍ତୋଷ ପ୍ରକାଶ କରି ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ମୁଁ ସୁପ୍ରିମକୋର୍ଟଙ୍କ ଏହି ରାୟରେ ସନ୍ତୁଷ୍ଟ ନାହିଁ। ଏଥିରେ ଆମର ଅଧିକାର ରହିଛି। ଆମେ ଆମର ଅଧିକାରର ଲଢେଇ ଲଢୁଛୁ। ସୁପ୍ରିମ୍‌କୋର୍ଟ ‘ସର୍ବୋଚ୍ଚ’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଆମକୁ ଦାନ ଆକାରରେ ଦିଆଯାଉଥିବା ୫ଏକର ଜମିର କୌଣସି ଆବଶ୍ୟକତା ନାହିଁ।

kalyan agarbati

Comments are closed.