ନାଗପୁର ଟ୍ବେଣ୍ଟି-୨୦ : ରାହୁଲ ଓ ଶ୍ରେୟସଙ୍କ ଅର୍ଦ୍ଧଶତକ – ବାଂଲାଦେଶ ପାଇଁ ୧୭୫ରନର ବିଜୟ ଲକ୍ଷ୍ୟ
ନାଗପୁର : ଭାରତ ଓ ବାଂଲାଦେଶ ମଧ୍ୟରେ ନାଗପୁରରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ସିରିଜ୍ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପାଇଁ ୧୭୫ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି। ବାଂଲାଦେଶ ଅଧିନାୟକ ମହମଦୁଲ୍ଲା ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୫ୱିକେଟ ହରାଇ ୧୭୪ ରନ କରିବାରେ ସକ୍ଷମ ହୋଇଛି। କେଏଲ ରାହୁଲ ୩୫ଟି ବଲ ଖେଳି ୭ଟି ଚୌକା ସହାୟତାରେ ୫୨ରନ କରିଛନ୍ତି। ସେହିଭଳି ଶ୍ରେୟସ ଆୟର ୩୩ଟି ବଲରୁ ଦ୍ରୁତ ୬୨ରନ କରିଥିଲେ। ଯେଉଁଥିରେ ତାଙ୍କର ୫ଟି ବିଶାଳ ଛକା ଓ ତିନୋଟି ଚୌକା ସାମିଲ ରହିଛି।
Innings Break!
A fluent 52 from @klrahul11 followed by a quick-fire 62 by @ShreyasIyer15 propel #TeamIndia‘s total to 174/5.
Live – https://t.co/VZl9R87hn5 #INDvBAN pic.twitter.com/LwQXeHaUTz
— BCCI (@BCCI) November 10, 2019
Comments are closed.