www.samajalive.in
Tuesday, December 9, 2025
23.1 C
Bhubaneswar

ଦୁଇ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଲାଡେନ୍‌

ଯାଁଳା: ମଣିଷ ଅପେକ୍ଷା କୁକୁର ବିଶ୍ବାସୀ, ଏହା କେବଳ ବହିର କଥା ନୁହେଁ ବରଂ ତାହା ପ୍ରମାଣିତ ହୋଇଛି ଖୋର୍ଦ୍ଧା ଜିଲାର ମୁଣ୍ଡମୁହାଣ ଗ୍ରାମରେ। ପୋଷା କୁକୁର ଲାଡେନ୍‌ ଦୁଇ କୋମଳମତି ଶିଶୁଙ୍କ ଜୀବନ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ଜଳାଞ୍ଜଳି ଦେଇଛି। ଜୀବନ ଦେଇ ମାଲିକର ଋଣ ପରିଶୋଧ କରିଛି କୁକୁର। ନାଗସାପ ସହ ଲଢ଼ିବା ଓ ନାଗକୁ ମାରି ନିଜେ ମରିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୁଣ୍ଡମୁହାଣ ଗାଁର ସୁନିଲକୃଷ୍ଣ ସାମନ୍ତରାୟଙ୍କ ନାତି ସୋମ୍‍(୩) ଓ ନାତୁଣୀ ପ୍ରାଚୀ(୬) ପୋର୍ଟିକୋ ତଳେ ଲାଡେନ୍‍ ପାଖରେ ଖେଳୁଥିବା ବେଳେ ହଠାତ୍‍ ଏକ ବଡ଼ ନାଗ ଅଗଣା ଭିତରକୁ ପଶି ଆସିଥିଲା ଓ ଦୁଇ ଶିଶୁଙ୍କ ଆଡ଼କୁ ମାଡ଼ି ଯାଇଥିଲା। କିନ୍ତୁ ଚେନରେ ବନ୍ଧା ହୋଇଥିବା ସତ୍ତ୍ବେ ଲାଡେନ୍‍ ସାପ ଉପରକୁ ଲମ୍ଫ ଦେଇଥିଲା ଓ କାମୁଡ଼ି ପକାଇ ବାହାରକୁ ଛାଟି ଦେଇଥିଲା। ଆହତ ସାପଟି ପୁଣି କୁକୁର ଆଡ଼କୁ ମାଡ଼ି ଆସିଥିଲା। ଫଳରେ କୁକୁର ଓ ସାପ ମଧ୍ୟରେ କାମୁଡ଼ା କାମୁଡ଼ି ଲାଗିଥିଲା। ଶେଷରେ ଲାଡେନ୍‍ର ଆକ୍ରମଣରେ ସାପଟି ମରିଯାଇଥିଲା। ପରିବାର ଲୋକେ ଲାଡେନର କିଛି କ୍ଷତି ହୋଇଥିବ ଭାବି ତାକୁ ହସ୍ପିଟାଲ ନେବେ ବୋଲି ପ୍ରସ୍ତୁତ ହୋଇଥିଲେ। ମାତ୍ର ହସ୍ପିଟାଲ ଯିବା ପୂର୍ବରୁ ଲାଡେନ୍‍ ସଂଜ୍ଞା ହରାଇଥିଲା ଓ ମାତ୍ର କେଇ ମିନିଟ୍‍ ମଧ୍ୟରେ ଆଖି ବୁଜିଦେଇଥିଲା।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories