କେନ୍ଦୁଝର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଦିନ ଦ୍ୱିପ୍ରହରେ ଡିକି ଭାଙ୍ଗି ଦେଢ଼ ଲକ୍ଷ ଲୁଟ

0

ପାଟଣା : ଗତ ଦୁଇ ଦିନ ଭିତରେ ତୁରୁମୁଙ୍ଗା ପୋଲିସ ହଳହଳ ଲୁଟେରା ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଶୁକ୍ରବାର ଖୋଦ୍ ତୁରୁମୁଙ୍ଗା ବଜାର ବ୍ୟାଙ୍କ ଅଫ ଇଣ୍ଡିଆ ଠାରୁ ମାତ୍ର ୨ଶହ ମିଟର ଦୂରରୁ ଡିକି ଭାଙ୍ଗି ନଗଦ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଏହି ଘଟଣା ଘଟାଇ କେନ୍ଦୁଝର ଜିଲ୍ଲା ପୋଲିସ କୁ ଲୁଟେରା ମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଖବରୁ ପ୍ରକାଶଯେ ରାଜନଗର ଗ୍ରାମର ପ୍ରଭାତ କୁମାର ରଣା ଶୁକ୍ରବାର ଅପରାହ୍ନ ସାଢ଼େ ୩ଟା ସମୟରେ ତୁରୁମୁଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କୁ ଯାଇ ନିଜ ଗୃହ ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ଉଠାଇବାପରେ ଶ୍ରୀ ରଣା ବ୍ୟାଙ୍କ ଠାରୁ ୨ଶହ ମିଟର ଦୂରରେ ତାଙ୍କ ଗ୍ଲାମ୍ବର ବାଇକ୍ ଡିକିରେ ଟଙ୍କା ରଖିବା ପରେ ମାଂସ କିଣିବା ପାଇଁ ଯାଇଥିଲେ ।ତେବେ ମାଂସ ଧରି ନିଜ ବାଇକ୍ ନିକଟରେ ପହଞ୍ଚିବା ପରେ ବାଇକ୍ ଡିକି ତଡା ଯାଇଥିବା ଓ ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ପ୍ରଭାତ ତୁରୁମୁଙ୍ଗା ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ ଚଳାଇଥିବା ଜଣାପଡିଛି।

Leave A Reply