www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ୮ ଲକ୍ଷ ଭୂତ ପଡ଼ିକାର୍ଡ଼

ବୌଦ୍ଧ: ମାର୍ଚ୍ଚ ୨୦୧୮ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଭୂତ (ମୃତ ଲୋକ) ହିତାଧିକାରୀଙ୍କ ନାମରେ ରାସନକାର୍ଡ ରହିଛି। ସେମାନଙ୍କ ମଧ୍ୟରୁ ମାତ୍ର ୨ ଲକ୍ଷ ହିତାଧିକାରୀଙ୍କ ରାସନକାର୍ଡକୁ କଟାଯାଇପାରିଛି ଏବଂ ଆହୁରି ୮ ଲକ୍ଷ ଭୂତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ଉଠାଯାଉଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡା। ପ୍ରତି ମାସରେ ଏହି ଭୂତ ହିତାଧିକାରୀମାନଙ୍କ ନାମରେ ରାସନ ସାମଗ୍ରୀ ଉଠାଯାଉଥିବା ବେଳେ ସେସବୁ କୁଆଡେ ଯାଉଛି ତାହା ବିତର୍କର ବିଷୟ ବୋଲି ଖାଦ୍ୟ କମିଶନ ଉଦ୍‍ବେଗ ପ୍ରକାଶ କରିଛନ୍ତି। ଏହି ମୃତ ବା ଭୂତ ହିତାଧିକାରୀମାନଙ୍କୁ ଆସନ୍ତା ଜୁନ ୨୦୧୮ ମଧ୍ୟରେ ଚିହ୍ନଟ କରାଯାଇ ସେମାନଙ୍କ ରାସନ କାର୍ଡ ରଦ୍ଦ କରାଯିବା ସହିତ
ଆବେଦନ କରିଥିବା ନୂତନ ଯୋଗ୍ୟ ହିତାଧିକାରୀଙ୍କ ନାମରେ ରାସନ କାର୍ଡ ପ୍ରଦାନ ପାଇଁ କମିଶନ ଶ୍ରୀ ଜାମୁଡା ନିର୍ଦେଶ ଦେଇଥିବା ଜଣାଯାଇଛି।
ବୁଧବାର ଦିନିକିଆ ବୌଦ୍ଧ ଜିଲା ଗସ୍ତରେ ଆସି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରସ୍ଥ ପଞ୍ଚାୟତ ଭବନଠାରେ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି କମିଶନର। ବୌଦ୍ଧ ଜିଲାରେ ଭୂତ ହିତାଧିକାରୀଙ୍କ ସଂଖ୍ୟା ୧୨୭୨ ହୋଇଥିବା ବେଳେ
ସେମାନଙ୍କ ନାମକୁ ତୁରନ୍ତ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରୁ ବାଦ ଦେବାକୁ କମିଶନ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଯେଉଁମାନେ ଅଯୋଗ୍ୟ ହିତାଧିକାରୀ, ଖାଦ୍ୟ ସୁରକ୍ଷା ଯୋଜନାରେ ଲାଭ ଉଠାଉଛନ୍ତି ସେମାନଙ୍କ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସହିତ ବିଡିଓ, ପୌର ନିର୍ବାହୀ ଅଧିକାରୀ କିମ୍ବା ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଗଲେ ତଦନ୍ତ କରାଯାଇ ସେମାନଙ୍କ ରାସନକାର୍ଡକୁ ମଧ୍ୟ ରଦ୍ଦ କରିବାକୁ କମିଶନ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି।
ସେହିପରି କ୍ୟାଲସିୟମ ଓ ଆଇରନ ଔଷଧ କେବଳ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ବେଳେ ହାଇସ୍କୁଲ ଓ ୧୯ ବର୍ଷ ବୟସ ପର୍ଯ୍ୟନ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଔଷଧ ପ୍ରଦାନ ଓ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କୁ କୃମି ନାଶକ ଔଷଧ ପ୍ରଦାନ ପାଇଁ କମିଶନ ଶ୍ରୀ ଜାମୁଡା ନିର୍ଦେଶ ଦେଇଛନ୍ତି। ବିଦ୍ୟାଳୟଗୁଡିକରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମକୁ ଆଗାମୀ ଜୁନ ୩୦ ତାରିଖ ମଧ୍ୟରେ ଆଧାର ଲିଙ୍କ କରାଇବା, ଜଙ୍ଗଲ ଜମି ଅଧିକାର ଆଇନ ବଳରେ ହିତାଧିକାରୀଙ୍କୁ ମିଳିଥିବା ଚାଷ ଜମିକୁ ମନରେଗା ଯୋଜନାରେ ଉନ୍ନତିକରଣ କରାଇବା, ଅପପୁଷ୍ଟିର ଶିକାର ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କ ଯତ୍ନ ଓ ଚିକିତ୍ସା ସେବା ଯୋଗାଇଦେବା, ମମତା ଯୋଜନାରେ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ଅର୍ଥ ଠିକ୍‍ ସମୟରେ ଯୋଗାଇଦେବା ଓ ଜିଲାରେ ଅଙ୍ଗନବାଡି କେନ୍ଦ୍ରଗୁଡିକର କାର୍ଯ୍ୟକାରିତା ନେଇ ଏହି ସମୀକ୍ଷା ବୈଠକରେ କମିଶନ ସମୀକ୍ଷା କରିଥିଲେ।
ତେବେ ଜିଲାସ୍ତରରେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସରକାରଙ୍କ ନିକଟରେ ସଠିକ୍‍ ତଥ୍ୟ ପହଞ୍ଚି ପାରୁନଥିବା ଦର୍ଶାଇ ଏ ଦିଗରେ ଜିଲା ପ୍ରଶାସନ ଅଧିକ ଯତ୍ନବାନ ହେବାକୁ କମିଶନ ଶ୍ରୀ ଜାମୁଡା ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲାପାଳ ମଧୁସୂଦନ ମିଶ୍ର, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଉପଜିଲାପାଳ ଏନ୍‍ସି ଜ୍ୟୋତିରଞ୍ଜନ ନାଏକ, ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ. ଦୀପିକା ଦତ୍ତରାୟଙ୍କ ସମେତ ସମସ୍ତ ବ୍ଲକର ବିଡିଓ ଓ ଜିଲାସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ସମସ୍ୟା ସଂପର୍କରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories