www.samajalive.in
Sunday, December 7, 2025
18.1 C
Bhubaneswar

ଇସ୍ରାଏଲ ଆକ୍ରମଣରେ ୯୩ ପାଲେଷ୍ଟିନୀୟ ମୃତ

ଜେରୁଜେଲମ : ମଙ୍ଗଳବାର ଇସ୍ରାଏଲ ସେନା ପକ୍ଷରୁ ପାଲେଷ୍ଟାଇନର ଗାଜା ଉପତ୍ୟକାସ୍ଥିତ ବିଟ୍‌ ଲାହିୟା ସହର ଉପରେ ଆକ୍ରମଣ କରାଯାଇଥିବାବେଳେ ୯୩ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨୦ ଶିଶୁ ଅନ୍ତର୍ଭୁକ୍ତ। ଆହତ ୧୫୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ନିଖୋଜ ୪୦ ଜଣଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଏହି ଆକ୍ରମଣରେ ଇସ୍ରାଏଲ ୪ ଜଣ ସୈନ୍ୟଙ୍କୁ ହରାଇଥିବା ଜଣାପଡିଛି। ପ୍ରାପ୍ତ ଭିଡିଓ ଫୁଟେଜ ଅନୁଯାୟୀ ବୋମାମାଡରେ ଏକ ଚାରି ମହଲା ବିଶିଷ୍ଟ କୋଠାଘର ଧରାଶାୟୀ ହୋଇପଡିଥିବାବେଳେ ଧ୍ବଂସସ୍ତୂପ ତଳୁ ମୃତାହତଙ୍କୁ ଉଦ୍ଧାର କରାଯାଉଛି। ପାଲେଷ୍ଟାଇନର ଜରୁରୀ ସେବା ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ଜାବାଲିଆ, ବିଟ୍‌ ଲାହିୟା ଏବଂ ବିଟ୍‌ ହାନୋନ୍‌ ସହରରେ ଖାଦ୍ୟ ଓ ଔଷଧ ନ ପାଇ ପ୍ରାୟ ୧ ଲକ୍ଷ ଲୋକ ଭୀଷଣ ଅସୁବିଧାରେ ରହିଛନ୍ତି। ଅପରପକ୍ଷରେ ନିକଟସ୍ଥ କମଲ ଆଦୱାନ ହସ୍ପିଟାଲର ଡାକ୍ତରମାନଙ୍କୁ ସ୍ଥାନ ଛାଡି ଅନ୍ୟତ୍ର ପଳାଇବାକୁ କୁହାଯାଇଥିବାରୁ ଆହତଙ୍କ ଚିକିତ୍ସାରେ ବାଧା ଉପୁଜିଥିବା କୁହାଯାଇଛି। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧରେ ପ୍ରାୟ ୪୩ ହଜାର ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଇସ୍ରାଏଲର ୧୨୦୦ ସୈନ୍ୟ ଓ ସାଧାରଣ ନାଗରିକ ସାମିଲ ଥିବାବେଳେ ଅବଶିଷ୍ଟ ପାଲେଷ୍ଟାଇନ, ଲେବାନନ୍‌ ଓ ଇରାନ ନାଗରିକ ବୋଲି ଜଣାପଡିଛି। ହମାସକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ସଙ୍କଳ୍ପବଦ୍ଧ ଇସ୍ରାଏଲ ଯୁଦ୍ଧ ବନ୍ଦ କରିବାକୁ କୌଣସି ଆନ୍ତର୍ଜାତିକ ସଂଗଠନ କିମ୍ବା ବନ୍ଧୁ ରାଷ୍ଟ୍ରଙ୍କ ପରାମର୍ଶ ଗ୍ରହଣ କରୁନାହିଁ। ଏପରିକି ପଣବନ୍ଦୀ ବିନିମୟ ନିମନ୍ତେ କିଛି ଦିନ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦିଆଯାଇଥିଲେ ସୁଦ୍ଧା ଇସ୍ରାଏଲ ଏଥିପ୍ରତି କର୍ଣ୍ଣପାତ କରୁନାହିଁ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories