ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଶ୍ରୀମନ୍ଦିର ଯିବାକୁ ଭକ୍ତମାନଙ୍କ ପାଇଁ ହେବ ସ୍ବତନ୍ତ୍ର କରିଡର.. ସ୍ବତନ୍ତ୍ର କରିଡର ହେବା ନେଇ ପୁରୀ ଉପଜିଲାପାଳଙ୍କ ସୂଚନା.. ଭକ୍ତମାନଙ୍କ ମତାମତ ଆଧାରରେ ଏହି କରିଡର ବ୍ୟବସ୍ଥା କରାଯିବ..

ସମ୍ବଲପୁର: ମଣ୍ଡଳ କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ.. କଏଦୀ ଚମ୍ପଟ ନେଇ ଧନୁପାଲୀ ଥାନାରେ ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ.. ଜେଲ ପରିସରକୁ ଯାଇ ଧନୁପାଲି ପୁଲିସର ତଦନ୍ତ ଆରମ୍ଭ..

ରାଜଧାନୀରେ ସେକ୍ସ ରାକେଟ.. ୪ ଯୁବତୀ ଉଦ୍ଧାର..

ବିଶ୍ୱ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ସମସ୍ତଙ୍କ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ ମୋଦୀ..

ଜଳବାୟୁ ପରିବର୍ତ୍ତନ ମୁକାବିଲା.. ୨୦୩୦ ସୁଦ୍ଧା ୨୫୦ ବିଲିଅନ ଡଲାର ବିନିଯୋଗ ଲକ୍ଷ୍ୟ..

ଚନ୍ଦକା ଥାନା ଗୋଠପାଟଣା ମହିଳା ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ.. ମୁଖ୍ୟ ଅଭିଯୁକ୍ତ ଗିରଫ..

ନୌସେନାରେ ୧ ହଜାରରୁ ଅଧିକ ମହିଳା ଅଗ୍ନିବୀର ନିଯୁକ୍ତ..

ବେଙ୍ଗାଲୁରୁର ଏକାଧିକ ବିଦ୍ୟାଳୟକୁ ବୋମାରେ ଉଡ଼ାଇବାକୁ ଧମକ, ତନାଘନା ଜାରି..

ଭୁବନେଶ୍ବରରେ ପହଞ୍ଚିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ..

ଘଟଗାଁ ସଡକ ଦୁର୍ଘଟଣା .. ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ.. ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି..

ଘଟଗାଁ ଥାନା ବାଲିଯୋଡି ନିକଟରେ ପର୍ଯ୍ୟଟକଙ୍କ ଭ୍ୟାନ ଦୁର୍ଘଟଣାଗ୍ରସ୍ତ.. ମୃତ୍ୟୁ ସଂଖ୍ୟା ୮..ଆହତମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି.. ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳରୁ ୨ଟି ପରିବାରର ୨୦ ଜଣ ଲୋକ ଏକ ଭ୍ୟାନରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ..

ବିଶ୍ବ ଏଡ୍‌ସ ଦିବସ.. ଆୟୋଜତି ହେଉଛି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ..

ଆଜି ରାୟପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟି-୨୦ ମ୍ୟାଚ..

ପାରାଦ୍ୱୀପ : ଜାହାଜରେ କୋକେନ ଚାଲାଣ..

ଦୁଇ ଦିନିଆ ଦୁବାଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକ, ସମ୍ମିଳନୀ ସିଓପି-୨୮ରେ ଯୋଗ ଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି..

 

Comments are closed.