ଲାଞ୍ଜିଗଡ ଭଟାଙ୍ଗପଦରରେ ଜନସାଧାରଣଙ୍କ ସମସ୍ୟା ବୁଝିଲେ ୫-ଟି ସଚିବ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ଠାରେ ଶନିବାର ୫-ଟି ସଚିବ ଭି.କେ.ପାଣ୍ଡିଆନ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ କଳାହାଣ୍ଡି ଜିଲ୍ଲାର ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେଇ ଶୁକ୍ରବାର ଭଟ୍ଟାଙ୍ଗପଦର ସ୍ଥିତ ଇକୋଟୁରିଜମ କମ୍ପ୍ଲେକ୍ସଠାରେ ରାତ୍ରୀ ଯାପନ କରିଥିଲେ। ଶନିବାର ସକାଳୁ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ଠାରେ ୫-ଟି ସ୍କୁଲ ପରିଦର୍ଶନ ପରେ ବ୍ଲକର ୨୬ଗୋଟି ପଞ୍ଚାୟତର ସମସ୍ତ ମିଶନ ଶକ୍ତି ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭ୍ୟା ଓ ଉପସ୍ଥିତ ସମସ୍ତ ଜନସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଭବାନୀପାଟଣାରୁ ଭଟ୍ଟାଙ୍ଗପଦର ଆର ଡ଼ି ରାସ୍ତା ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ । ଭଟାଙ୍ଗପଦର ଠାରୁ ରାବଣଧରକୁ ଥିବା ଆରଡ଼ି ରାସ୍ତାକୁ ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣା କରିଥିଲେ । ଭଟାଙ୍ଗପଦର ସ୍ଥିତ ୫-ଟି ସ୍କୁଲର ଉନ୍ନତି କରଣ ଦେଖି ସେ ଉଚ୍ଚ ପ୍ରଶଂସା କରିଥିଲେ ଓ ଭୂବନେଶ୍ବରରେ ବେସରକାରୀ ସ୍କୁଲ ମଧ୍ୟ ଏହି ସ୍କୁଲ ଭଳି ନୁହେଁ ବୋଲି ସେ କହିଥିଲେ। ବିଜୁ ସ୍ବାସ୍ଥ୍ୟ ଯୋଜନାରେ ମହିଳାମାନଙ୍କ ପାଇଁ କେତେ ଟଙ୍କା ଦିଆଯାଉଛି ବୋଲି ପଚାରିବାରୁ ସନ୍ତୋଷ ଜନକ ଉତ୍ତର ପାଇ ଖୁସି ବ୍ୟକ୍ତ କରିଥିଲେ । ଏଥିରେ ଅଞ୍ଚଳବାସୀଙ୍କ ୫-ଟି ସଚିବ ପାଣ୍ଡିଆନଙ୍କୁ ବିଭିନ୍ନ ସମସ୍ୟା ଉପରେ ଲିଖିତ ଆକାରରେ ଦୃଷ୍ଟିଗୋଚର କରିଥିଲେ । ଏନେଇ ସେ ଦୃଢ଼ ପ୍ରତିଶୃତି ଦେଇ ଆଠ ମାସ ଭିତରେ ସମସ୍ତ ସମସ୍ୟାର ସମାଧାନ କରିଯିବ ବୋଲି ପ୍ରକାଶ  କରିଛନ୍ତି ।
prayash
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାସାଂସଦ ସୁଜିତ କୁମାର ସେଠ୍, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଲାଞ୍ଜିଗଡ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ଜିଲ୍ଲା ଓ ବ୍ଳକ ସ୍ତରୀୟ କର୍ମଚାରୀଙ୍କ ସମେତ ବିଜେଡି ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Comments are closed.