www.samajalive.in
Tuesday, December 9, 2025
26.1 C
Bhubaneswar

ଡକାୟତି ଉଦ୍ୟମ ବେଳେ ୫ ଗିରଫ, କାର ସମେତ ମାରଣାସ୍ତ୍ର ଜବତ

କୁଚିଣ୍ଡା : କୁଚିଣ୍ଡା ଥାନା ଅଞ୍ଚଳରେ ଡକାୟିତି, ରାହାଜାନୀ ପାଇଁ ଷଡଯନ୍ତ୍ର ପାଇଁ ଯୋଜନା ଥିବା ବେଳେ କୁଚିଣ୍ଡା ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି । ଫଳରେ ବଡ ଧରଣର ଅଘଟଣକୁ ରୋକି ପାରିଥିବା କୁହାଯାଉଛି।

ସୂଚନା ଅନୁଯାଇ ଝାରସୁଗୁଡା ଜିଲା ଲଖନପୁର ଥାନା ଅଧିନସ୍ଥ କୁଦାଲୋଇ ଗ୍ରାମର ସରୋଜ ନାଗ(୨୩), ଧନଞ୍ଜୟ କେର୍କେଟା(୨୨),ସନ୍ତୋଷ ତୁପୁନ(୧୯), ବିଶାଲ ଡାଙ୍ଗ(୨୦)ଏବଂ ଲଇକେରା ଥାନା ଖୁଣ୍ଟାମାଲ ଗ୍ରାମର ଲକ୍ଷ୍ମଣସିଂ ନାଏକ(୨୯) ଭୋଜପୁର ଅଞ୍ଚଳକୁ ଆସି ସେମାନେ ଡକାୟିତି ସକାଶେ ଯୋଜନା କରୁଥିବା କୌଣସି ସୂତ୍ରରୁ ପୁଲିସ ଜାଣିବାକୁ ପାଇଥିଲେ । ପରେ ସମସ୍ତଙ୍କୁ ପିଛା କରି କାବୁ କରିବା ପେ ସେମାନଙ୍କ ଠାରୁ ଏକ ମାରୁତି କାର ସମେତ ଦୁଇ ଗୋଟି ଭୂଜାଲି, ଗୋଟଏ ଲୁହା ରଡ, ଗୋଟିଏ ଟର୍ଚ୍ଚ, ୬ଗୋଟି ମୋବାଇଲ ଫୋନ, ଆଦି ଜବତ କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶ ଏକାଧିକ ମାମଲାରେ ଅଭିଯୁକ୍ତ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଆଜି କୁଚିଣ୍ଡା ପୁଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories