୩୦୦ ବର୍ଷ ତଳର ହୀରା ନିଲାମ

0

ଏଇ କିଛିଦିନ ତ​‌େଳ ଭାରତର ଗୋଲକୁଣ୍ଡାଠାରେ ଠାବ ହୋଇଥିବା ଏକ ଦୁର୍ଲଭ ହୀରାକୁ ସୁଇଜରଲ୍ୟାଣ୍ଡର ଜେନେଭାଠାରେ ନିଲାମ କରାଯାଇଛି। ଈଷତ୍ ନୀଳ ରଙ୍ଗର ଏଇ ହୀରାର ନିଲାମ ସମ୍ପର୍କରେ ହାତଗଣତି କେତୋଟି ରାଜପରିବାର ଓ ଧନୀ ପରିବାରଙ୍କୁ ହିଁ ଅବଗତ କରାଯାଇଥିଲା। ଅମୃତଭଣ୍ଡା ଆକୃତିର ଛୋଟ ହୀରା ୩୦୦ ବର୍ଷ ତଳେ ହିଁ ହାଇଦରାବାଦର ରାଜପରିବାର ପ୍ରଥମେ ଠାବ କରିଥିଲେ। ପରେ ଉପହାର ଭାବେ ସ୍ପେନ୍‌ର ରାଜପରିବାରକୁ ଉପହାର ଭାବେ ପ୍ରଦାନ କରାଯାଇଥିଲା। ସମୟ କ୍ରମେ ଏହା ଇଟାଲୀ, ଅଷ୍ଟ୍ରିଆ, ଫ୍ରାନ୍ସକୁ ସ୍ଥାନାନ୍ତର ହୋଇ ଶେଷରେ ସୁଇଜରଲ୍ୟାଣ୍ଡ ସରକାରଙ୍କ ହସ୍ତଗତ ହୋଇଥିଲା। କେପ୍‌ଟାଉନ୍‌‌ର ଜଣେ ଶିଳ୍ପପତି ୪୫କୋଟି ଟଙ୍କାରେ ଏଇ ନୀଳ ହୀରାକୁ କିଣିଥିବାର ପ୍ରକାଶ। ତାଙ୍କ ନାମକୁ ଗୋପନୀୟ ରଖାଯାଇଛି।

Leave A Reply