ଥ୍ରୀ-ଇଡିଅଟ୍‌ସର ଦ୍ବିତୀୟ ଭାଗ

0

ରାଜକୁମାର ହିରାନୀଙ୍କ ଦକ୍ଷ ନିର୍ଦେଶନା ବାବଦରେ ପୂରା ବଲିଉଡ ଓ ପ୍ରଶଂସକ ମହଲ ଭଲଭାବରେ ଅବଗତ। ନିକଟରେ ଆଗାମୀ ଚଳଚ୍ଚିତ୍ର ‘ସଞ୍ଜୁ’ର ପ୍ରଚାର ଅବସରରେ ସେ ଗଣମାଧ୍ୟମକୁ ସଙ୍କେତ ଦେଇଛନ୍ତି ଯେ ଥ୍ରୀ-ଇଡିଅଟସ୍‌ର ଦ୍ବିତୀୟ ଭାଗ ନିର୍ମାଣ ନିମନ୍ତେ ସେ ଯୋଜନା କରିସାରିଲେଣି। ୨୦୦୯ରେ ମୁକ୍ତିଲାଭ କରିଥିବା ଥ୍ରୀ-ଇଡିଅଟସ୍‌ ବଲିଉଡର ଅନ୍ୟତମ ବ୍ୟାବସାୟିକ ସଫଳତା ଲାଭ କରିଥିବା ଚଳଚ୍ଚିିତ୍ର।

prayash

ମୁଖ୍ୟ ଭୂମିକାରେ ଅମୀର ଖାନ୍, କରୀନା କପୁର ଖାନ୍, ଆର୍. ମାଧବନ୍, ଶରମନ୍ ଯୋଶୀ ଅଭିନୟ କରିଥିଲେ। ହିରାନୀ କହିଛନ୍ତି ଦ୍ବିତୀୟ ଭାଗର କାହାଣୀ ଲେଖା ସେ ଆରମ୍ଭ କରିସାରିଲେଣି। ଦର୍ଶକ ନିଶ୍ଚିତ ଭାବେ ସେମାନଙ୍କ ପ୍ରିୟ ଥ୍ରୀ-ଇଡିଅଟସ୍‌ ଯୋଡ଼ିକୁ ପୁନର୍ବାର ପରଦା ଉପରେ ଦେଖିବେ। ତେବେ ହିରାନୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରଥମେ ସେ ମୁନ୍ନା ଭାଇର ତୃତୀୟ ଭାଗ ନିର୍ମାଣ କାମ ଶେଷ କରିବେ। ପରେ ଥ୍ରୀ-ଇଡିଅଟସ୍ ୨ୟ ଭାଗର କାମ ଆରମ୍ଭ ହେବ। ଅମୀର ଓ ମାଧବନ୍ ଏହାର ଦ୍ବିତୀୟ ଭାଗ ନିମନ୍ତେ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ୨୦୧୯ ମଧ୍ୟଭାଗବେଳକୁ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି କହିଛନ୍ତି ହିରାନୀ। ଚଳଚ୍ଚିତ୍ରଟି କେବଳ ଭାରତରେ ନୁ​‌ହେଁ, ବରଂ ବିଦେଶରେ ମଧ୍ୟ ଉତ୍ତମ ବ୍ୟବସାୟ କରିଥିଲା। ମେକ୍ସିକୋରେ ଏହି ଚଳଚ୍ଚିତ୍ରର ନକଲ କରାଯାଇ ଜନୈକ ନିର୍ଦେଶକ ‘ଥ୍ରୀ ଇଡିଅଟାସ୍’ ନିର୍ମାଣ କରିଥିଲେ। ତାହା ସେଠାରେ ଗତ ବର୍ଷ ମୁକ୍ତିଲାଭ କରିଥିଲା।

 

kalyan agarbati
Leave A Reply