କୁଆଖିଆରୁ ଚାଲିଚାଲି ଶରତ ଫେରିଲେ ୨୪ ଶ୍ରମିକ

କେଶଦୁରାପାଳ: ସାରା ଭାରତବର୍ଷ ୨୧ ଦିନ ପାଇଁ ଲକଡାଉନ୍ ହୋଇଥିବା ବେଳେ ଏହା ରବିବାର ୧୯ ଦିନରେ ପହଞ୍ଚିଛି। ଦେଶର ବିଭିନ୍ନ ସହରରେ ଶହ ଶହ ଯାତ୍ରୀ ଲକଡାଉନ୍ ଯୋଗୁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ମୟୁରଭଞ୍ଜ ଜିଲା ଶରତ ଅଞ୍ଚଳରୁ ବାଦାମ କାରଖାନାରେ କାମ କରିବା ପାଇଁ କୁଆଖିଆ କୁ ଯାଇ ଲକଡାଉନ୍ ପରେ ଆଉ ଫେରି ପାରି ନ ଥିଲେ। ୨୧ ଦିନ ଲକଡାଉନ୍ ଖବର ପ୍ରଚାର ପରେ ଶରତରୁ ୨୪ଜଣ ମହିଳା ଓ ପୁରୁଷ ଚାଲିଚାଲି ନିଜ ଗ୍ରାମକୁ ଫେରୁଥିବା ବେଳେ ପଦ୍ମପୁର ଛକ ନିକଟରେ ଆନନ୍ଦପୁର ତହସିଲଦାର ତପନ କୁମାର ନାଯକ ଓ ପୌରପାଳିକା ଅଧିକାରୀ ହିତାଂଶୁ ଶେଖର ସାମଲ ତାଙ୍କୁ ରେସ୍କୁ କରି ତାଙ୍କର ବି ଏନ୍ ହାଇସ୍କୁଲରେ ଖାଇବା ବ୍ୟବସ୍ଥା କରିବା ସହ ବି ଏନ ହାଇସ୍କୁଲରେ ରଖିଥିବା ଜଣାପଡିଛି। ସେମାନଙ୍କ ଘର ମୟୁରଭଞ୍ଜ ଜିଲା ଶରତ ଓ ମହୁଲଡିହା ଗ୍ରାମର ବୋଲି ଜଣାପଡିଛି।

Comments are closed.