୨୦୨୨ ଓଏଏସ ପରୀକ୍ଷା – ୨୬ ଜଣଙ୍କ ପ୍ରାର୍ଥୀତ୍ୱ ରଦ୍ଦ

ଡେସ୍କ: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୨୨ ମସିହାର ରାଜ୍ୟ ପ୍ରଶାସନିକ ସେବାର ଚୂଡାନ୍ତ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ସମୁଦାୟ ୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫୮ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ତେବେ ଏହି ପରୀକ୍ଷାରେ ୨୬ ଜଣଙ୍କ ପରୀକ୍ଷା ଫଳ ରଦ୍ଦ ହୋଇଥିବା ଓଡିଶା ଲୋକସେବା ଆୟୋଗ ସୂଚନା ଦେଇଛି।

୨୦୨୨ ଓଏଏସ ପରୀକ୍ଷା ଫଳ ପ୍ରକାଶିତ, ଶ୍ୱେତାଶ୍ରୀ ଟପ୍ପର

prayash

ସେମାନଙ୍କ ମଧ୍ୟରୁ ୪ ଜଣ ପରୀକ୍ଷାର୍ଥୀ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ସମୟରେ ଅନୁପସ୍ଥିତ ଥିବା ବେଳେ ୩ ଜଣ ପରୀକ୍ଷାର୍ଥୀ ଏସଇବିସି ପ୍ରମାଣ ପତ୍ର ଦାଖଲ କରିବାରେ ବିଫଳ ହୋଇଥିଲେ। ସେହିପରି ୩ ଜଣ ପରୀକ୍ଷାର୍ଥୀ ଏସଇବିସି ପ୍ରମାଣ ପତ୍ର ବଦଳରେ ଓବିସି ପ୍ରମାଣପତ୍ର ଦାଖଲ କରିବା ଓ ୫ ଜଣ ପରୀକ୍ଷାର୍ଥୀ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦାଖଲ କରିବାରେ ବିଫଳ ହେବାରୁ ସେମାନଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରାଯାଇଛି। ୨ ଜଣ ପରୀକ୍ଷାର୍ଥୀ କ୍ରୀଡ଼ାବିତ ପ୍ରମାଣ ପତ୍ର ଦାଖଲରେ ବିଫଳ ହୋଇଥିବା ବେଳେ ୬ ଜଣ ପୂର୍ବତନ କର୍ମଚାରୀ ସଂରକ୍ଷଣ କୋଟା ଅନୁଯାୟୀ ପୂର୍ବରୁ ଚୟନ ହୋଇଥିବାରୁ ସେମାନଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରାଯାଇଥିବା ଜଣାପଡିଛି।

ଏହି ଲିଙ୍କରେ କ୍ଲିକ କରି https://www.opsc.gov.in/Public/OPSC/Default.aspx
ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ।

Comments are closed.