www.samajalive.in
Thursday, December 11, 2025
18.1 C
Bhubaneswar

୨୦୨୨ ଓଏଏସ ପରୀକ୍ଷା ଫଳ ପ୍ରକାଶିତ, ଶ୍ୱେତାଶ୍ରୀ ଟପ୍ପର

ଡେସ୍କ: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୨୨ ମସିହାର ରାଜ୍ୟ ପ୍ରଶାସନିକ ସେବାର ଚୂଡାନ୍ତ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ସମୁଦାୟ ୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫୮ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ସୂଚନା ଅନୁଯାୟୀ, ୨୦୨୨ ଓଏଏସ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ପ୍ରାର୍ଥୀ ରହିଛନ୍ତି। ପ୍ରଥମ ସ୍ଥାନରେ ଶ୍ୱେତାଶ୍ରୀ ମହାପାତ୍ର ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।

- Advertisement -

ଏହି ଲିଙ୍କରେ କ୍ଲିକ କରି https://www.opsc.gov.in/Public/OPSC/Default.aspx  ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ।

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ତିନୋଟି ପର୍ଯ୍ୟାୟ ପ୍ରାରମ୍ଭିକ, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ଅନୁଷ୍ଠିତ ହୋଇଥଲା। ସମୁଦାୟ ୬୮୩ଟି ପଦବୀ ପାଇଁ ୯୨ ହଜାର ୯୧୪ ଜଣ ଆବେଦନ କରିଥିଲେ ଓ ସେମାନଙ୍କ ମଧ୍ୟରେ ୩୪ ଯାହାର ୭୧୨ ଜଣ ମହିଳା ପ୍ରାର୍ଥୀ ଆବେଦନ କରିଥିଲେ। ୧୪ ହଜାର ୮୫୨ ଜଣ ମହିଳା ପରୀକ୍ଷାର୍ଥୀଙ୍କ ସମେତ ୪୦ ହଜାର ୫୮୬ ଜଣ ପ୍ରାର୍ଥୀ ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ। ଏଥିରେ ୨ ହଜାର ୭୩୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୮ ହଜାର ୨୨୦ ଜଣ ପରୀକ୍ଷାର୍ଥୀ ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ମୁଖ୍ୟ ପରୀକ୍ଷାରେ ୨ ହଜାର ୩୩୭ ଜଣ ମହିଳା ପରୀକ୍ଷାର୍ଥୀଙ୍କ ସମେତ ୬ ହଜାର ୬୩୯ ଜଣ ପ୍ରାର୍ଥୀ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ।

ମୁଖ୍ୟ ପରୀକ୍ଷା ପରେ ୪୯୩ ଜଣ ମହିଳା ଓ ୮୭୪ ଜଣ ପୁରୁଷ ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପରୀକ୍ଷା ପାଇଁ ଡକାଯାଇଥିଲା। ଏହି ଚୟନ ତାଲିକାରେ ଅଣସଂରକ୍ଷିତ ବର୍ଗରେ ୩୮୭ (୧୪୨-ମହିଳା), ସାମାଜିକ ଓ ଶିକ୍ଷଗତ ପଛୁଆ ବର୍ଗରେ ୭୧ (୨୩-ମହିଳା), ଅନୁସୂଚିତ ଜାତି ବର୍ଗରେ ୮୯ (୩୬-ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୧୩୬ (୫୭-ମହିଳା), ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪, କ୍ରୀଡାବିତ ବର୍ଗରେ ୦୧ ଏବଂ ଶାରୀରିକ ଅକ୍ଷମ ବର୍ଗରେ ୨୩ (୦୫- ମହିଳା) ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories