ଧରଣୀଧର ବିଶ୍ୱବିଦ୍ୟାଳୟରେ ବ୍ୟାକରଣ ବ୍ୟାଖ୍ୟାନ
ଧରଣୀଧର ବିଶ୍ୱବିଦ୍ୟାଳୟରେ କୁଡୁମାଲି ପାଠ୍ୟକ୍ରମ ଓ ଗବେଷଣା କେନ୍ଦ୍ର ଖୋଲାଯାଉ
କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁ ସାପ୍ତାହିକ ପାଠଚକ୍ର କ୍ରମରେ ଶନିବାର ଏକ ସ୍ୱତନ୍ତ୍ର ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭକ୍ତ ପାଠଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରଫେସର ଧର୍ମେନ୍ଦ୍ର ଦାସ ଅତିଥି ବ୍ୟାଖ୍ୟାକାର ଭାବେ ଯୋଗଦେଇ ସଂସ୍କୃତ ବ୍ୟାକରଣ ଓ ସମାସର ଆବଶ୍ୟକତା ଏବଂ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ଡ. ଅରୁନ୍ଧତୀ ଓଝ ପ୍ରାରମ୍ଭରେ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ପାଠଚକ୍ରକୁ ସଞ୍ଚଳନ କରିଥିଲେ। ବିଭାଗୀୟ ଅଧ୍ୟାପିକା ଡ. ଆଲିଶା ବିଶ୍ୱାଳ, ଅଧ୍ୟାପକ ଡ. ପଙ୍କଜ କୁମାର ମାହାନା ବିଭିନ୍ନ ସମାସର ପ୍ରୟୋଗ ବିବିଧତ। ଉପରେ ଆଲୋଚନା କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ସୁଧାକର ଦାଶ ଓଡ଼ିଆ ବ୍ୟାକରଣ ଓ ସଂସ୍କୃତ ବ୍ୟାକରଣର ସାଦୃଶ୍ୟ ଆଲୋଚନା କରିଥିଲେ।
ବିଶ୍ୱବିଦ୍ୟାଳୟର ଦର୍ଶନ, ଇତିହାସ ଓ ଓଡ଼ିଆ ବିଭାଗରୁ ଯଥାକ୍ରମେ ଡ. ମମତାମଞ୍ଜିରୀ ପଣ୍ଡା, ଡ. ବିଶ୍ୱରଞ୍ଜନ ଧଳ, ସୁଶ୍ରୀ ସୋମା ମହାଯବିନ୍, ଡ. ହୃଷିକଶ ବେହେରା, ସୁଶ୍ରୀ ଅଞ୍ଜଳି ନାଗ, ପ୍ରଶାନ୍ତ ନାୟକ, ଡ.ସୁମନ୍ତ୍ର ନାଏକ, ଡ. ଶୁଭସ୍ମିତ। ଦାଶ, ଆକାଳୁ ପୃଷ୍ଟି, ଡ. ଜ୍ୟୋତି କିଶୋର ମହାନ୍ତ, ସୁଶ୍ରୀ ପ୍ରଜ୍ଞା ପରିମିତା ସାହୁ, ଡ. ଅଜୟ କୁମାର ସାହୁ ପ୍ରମୁଖ ପାଠଚକ୍ରରେ ଯୋଗ ଦେଇଥିବା ବେଳେ ଛାତ୍ର ଛାତ୍ରୀମାନେ ଅତିଥି ବକ୍ତାଙ୍କ ସହିତ ଭାବ ବିନିମୟ କରିଥିଲେ। ଶେଷରେ ଅଧ୍ୟାପିକା ମନୋରମା ଖଣ୍ଡା ଅନ୍ୟବାଦ ଅର୍ପଣ କରିଥିଲେ।
ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରରେ କୁଡୁମାଲି ଭାଷାରେ ପାଠ୍ୟକ୍ରମ ଓ ଗବେଷଣା କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା କୁଡୁମି ସେନା ପକ୍ଷରୁ ଦାବି କରାଯାଇଛି। ଓଡିଶା କୁଡୁମି ସେନା ରାଜ୍ୟ ଯୁବ ସମ୍ପାଦକ ବିଶ୍ୱଜିତ୍ ମହାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଶନିବାର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କୁ ଭେଟି ଉପରୋକ୍ତ ମର୍ମରେ ଦାବିପତ୍ର ପ୍ରଦାନ କରିଛନ୍ତି।
କୁଡୁମାଲି ଭାଷା ଏକ ଆଞ୍ଚଳିକ ଭାଷା, ଏହା ସାଧାରଣତଃ କୁଡୁମୀ ସମ୍ପ୍ରଦାୟର ଲୋକମାନେ କହିଥାନ୍ତି। ଓଡ଼ିଶାରେ ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ସହ ଅନ୍ୟାନ୍ୟ ଜିଲା ମାନଙ୍କରେ ଏହି ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଦେଖାଯାଏ। ସରକାରଙ୍କ ଉଦାସୀନ ମନୋଭାବ ହେତୁ ଏହି ଭାଷା ଲୋପ ପାଇବାକୁ ବସିଲାଣି। ତେଣୁ ଏହି ଭାଷାର ବିକାଶ ଏବଂ ଊର୍ଦ୍ଧ୍ବାର ନିମନ୍ତେ ଓଡିଶା କୁଡୁମି ସେନା ପକ୍ଷରୁ ଶନିବାର ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହାନ୍ତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।
ଏହି ଭାଷା ପଡୋଶୀ ରାଜ୍ୟ ଝାରଖଣ୍ଡର ରାଞ୍ଚି ବିଶ୍ୱବିଦ୍ୟାଳୟ ରାଞ୍ଚି, କୋହ୍ଲାନ ବିଶ୍ୱବିଦ୍ୟାଳୟ ଚାଇଁବାସା, ଡ.ଶ୍ୟାମପ୍ରସାଦ ବିଶ୍ୱବିଦ୍ୟାଳୟ ରାଞ୍ଚି, ବିନୋଦ ବିହାରୀ ବିଶ୍ୱବିଦ୍ୟାଳୟ ଧାନବାଦ, ବିନୋବାଭାବେ ବିଶ୍ୱବିଦ୍ୟାଳୟ ହଜାରିବାଗ ଏବଂ ପଞ୍ଚିମବଙ୍ଗର ସିନ୍ଧୁକାନୁ ବିଶ୍ୱବିଦ୍ୟାଳୟ ପୁରୁଲିଆ ଓ ସାଧୁ ରାମଚାନ୍ଦ ମୁର୍ମୁ ବିଶ୍ୱବିଦ୍ୟାଳୟରେ କୁଡୁମାଲି ଡିପ୍ଲୋମା, ମାଷ୍ଟର ଡିଗ୍ରୀ ସହିତ କୁଡୁମାଲି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଯଦି ଓଡ଼ିଶାରେ କୁଡୁମି ବହୁଳ ଜିଲା କେନ୍ଦୁଝର ଓ ମୟୂରଭଞ୍ଜରେ କୁଡୁମାଲି ପାଠ୍ୟକ୍ରମ ସହ ଗବେଷଣା କେନ୍ଦ୍ର ଖୋଲାଗଲେ ଓଡ଼ିଶାରେ ରହୁଥିବା ୨୫ଲକ୍ଷରୁ ଅଧିକ କୁଡୁମି ନିଜ ଭାଷା ପଢ଼ିବାର ସୁଯୋଗ ପାଇପାରନ୍ତେ ବୋଲି ଓଡିଶା କୁଡୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଏହା କହିଛନ୍ତି।
ଓଡିଶା କୁଡୁମି ସେନା କେନ୍ଦୁଝର ସଦର ସଭାପତି ରଘୁବର ମହାନ୍ତ, ସମ୍ପାଦକ ତ୍ରିନାଥ ମହାନ୍ତ, ପୂର୍ବତନ ଛାତ୍ର ସଭାପତି ହେମନ୍ତ ମହାନ୍ତ, ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ର ଅଭୟ ମହାନ୍ତ, ସମ୍ବିତ ମହାନ୍ତ, ସୁଶ୍ରୀ ଲୀଳାବତୀ ମହାନ୍ତ, ଦିପାଞ୍ଜଳୀ ମହାନ୍ତ, ନମିତା ମହାନ୍ତ ଓ କୁଡୁମି ଛାତ୍ର ସଂଗଠନର ପ୍ରତିନିଧିଗଣ ଉପସ୍ଥିତ ରହିବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ।
Comments are closed.