www.samajalive.in
Sunday, December 7, 2025
26.1 C
Bhubaneswar

ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଦେଖି ସମାନ ଢଙ୍ଗରେ ଜୀବନ ହାରିଲେ ପ୍ରଶଂସକ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ବଲିଉଡ଼ ସମେତ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଛି। ବର୍ତ୍ତମାନ ସୁଦ୍ଧା ଲୋକେ ତାଙ୍କ ମୃତ୍ୟୁକୁ ଗ୍ରହଣ କରି ପାରୁ ନ ଥିବା ବେଳେ ଏହି ସମୟରେ ବିହାରର ପାଟଣାରୁ ଏକ ଚକିତ କରିଦେଲା ଭଳି ଖବର ସାମ୍ନାକୁ ଆସିଛି। ସୁଶାନ୍ତଙ୍କର ଜଣେ ପ୍ରଶଂସକ ନିଜ ପ୍ରିୟ ଅଭିନେତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଛନ୍ତି। ୧୭ ବର୍ଷିୟା ସୁଶାନ୍ତଙ୍କ ଏହି ପ୍ରଶଂସକଙ୍କ ନାଁ ଇଶିକା କୁମାରୀ ବୋଲି ଜଣାପଡିଛି। ଇଶିକା ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଆଉ କିଛି ଦିନ ପରେ ତାଙ୍କର ଫଳାଫଳ ବାହାରିଥାନ୍ତା।

ମଙ୍ଗଳବାର ଇଶିକାଙ୍କ ମାଆ ପୁଲିସକୁ ଦେଇଥିବା ବୟାନ ଅନୁସାରେ, ଚଳିତ ବର୍ଷ ଦଶମ ଶ୍ରେଶୀ ପରୀକ୍ଷାରେ ଇଶିତା ଭଲ କରି ନ ଥିବାରୁ ଗତ କିଛିଦିନ ହେବ ମାନସିକ ବିଷାଦଗ୍ରସ୍ତ ଥିଲେ। ନିକଟରେ ତାଙ୍କ ପ୍ରିୟ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ତାଙ୍କୁ ଖୁବ୍ ଦୁଃଖିତ କରିଥିଲା। ବାରମ୍ବାର ସେ ତାଙ୍କ ଆତ୍ମହତ୍ୟା ଖବର ଦେଖୁଥିଲେ। ଏଭଳି ଖବର ବାରମ୍ବାର ଦେଖିବାକୁ ତାଙ୍କ ମାଆ ମନା କରିବା ସତ୍ତେ୍ୱ ସେ ଏହାକୁ ଦେଖିୁଥିଲେ। ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଏହି ଖବରକୁ ଦେଖୁଥିଲେ। ଏହାପରେ ଇଶିକାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଶୋଇବା ଘରୁ ଉଦ୍ଧାର ହୋଇଥିଲା। ତାଙ୍କୁ ଉଦ୍ଧାର କରି ପାଟଣା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories