www.samajalive.in
Sunday, December 7, 2025
23.1 C
Bhubaneswar

କନ୍ଧମାଳ: ଜିଲ୍ଲାପାଳଙ୍କ କରୋନା ସ୍ଥିତି ଅନୁଧ୍ୟାନ, ଗୋଟିଏ ଦିନରେ ୧୧୦୮ ସ୍ୱାବ ନମୁନା ସଂଗ୍ରହ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମହାମାରୀ କରୋନା ଦିନିକୁ ଦିନ ବୃଦ୍ଧି ପାଉଥିବା ବେଳେ ଏନେଇ ସମଗ୍ର ଜିଲାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଆରମ୍ଭ ହୋଇଛି। ଜିଲାରେ ବର୍ତ୍ତମାନ ଗୋଟିଏ କୋଭିଡ଼୍‍ ହସପିଟାଲ୍‍ ଥିବା ବେଳେ ୧୦ଟି କୋଭିଡ଼୍‍ କେୟାର ସେଣ୍ଟର ଓ ୧୭୧ ଟି କୋଭିଡ଼୍‍ କେୟାର ହୋମ୍‍ କାମ କରୁଥିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି କରୋନା ମହାମାରୀର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସବୁପ୍ରକାର ପ୍ରସ୍ତୁତି କରିବା ସହ ଜିଲ୍ଲାର ଜନସାଧାରଣଙ୍କୁ କରୋନା ସହ ଲଢିବା ପାଇଁ ସଚେତନ ମଧ୍ୟ କରି ଚାଲିଛି। ଆଜି ଗୋଟିଏ ଦିନରେ ସମଗ୍ର ଜିଲାରୁ ୧୧୦୮ ସ୍ୱାବ ନମୁନା ସଂଗ୍ରହ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ସମଗ୍ର ଜିଲାରେ ୪୨ଟି ସ୍ୱାସ୍ଥ୍ୟ ଟିମ୍‍ ସାମିଲ୍‍ ହୋଇଛନ୍ତି। ଆଜି କନ୍ଧମାଳ ଜିଲାପାଳ ଡ଼.ବୃନ୍ଦା.ଡ଼ି ଜିଲାର ଫିରିଙ୍ଗିଆ ଓ ଫୁଲବାଣୀ ବ୍ଳକର ବିଭିନ୍ନ ସେଣ୍ଟର ଗସ୍ତ କରି ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ସହିତ ଆଲେଚାନା କରିବା ସହିତ ସ୍ଥିତି ପରୀକ୍ଷିଥିଲେ। ଫୁଲବାଣୀ ବ୍ଳକର ଆଲାମି ପଞ୍ଚାୟତ ଅନ୍ତର୍ଗତ ଲେଙ୍ଗେରି ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱାର୍ବ ନମୁନା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲୋ। ଗସ୍ତବେଳେ ବି.ଡ଼ି.ଓ ସୁବ୍ରତ କୁମାର ଜେନାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଡ଼ାକ୍ତର, ନର୍ସ ,ଆଶା ଓ ଅଙ୍ଗନୱାଡ଼ି କର୍ମୀ ସମେତ ସରପଂଚ ତପସ୍ୱିନି କହଁର ଓ ସମିତିସଭ୍ୟ ମନୋଜ କୁମାର କହଁର ପ୍ରମୁଖ ସାମିଲ୍‍ ଥିଲେ। ସେହିଭଳି ଫିରିଙ୍ଗିଆ ବ୍ଲକର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବା ସହିତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଚାଲିଥିବା ଅସ୍ଥାୟୀ କୋଭିଡ଼୍‍ ଟେଷ୍ଟ ସେଣ୍ଟର ଓ ପବିଙ୍ଗିଆ ଠାରେ ଚାଲିଥିବା କୋଭିଟ କେୟାର ସେଣ୍ଟର ଗସ୍ତ କରିଥିଲେ। ଗସ୍ତ ସମୟରେ ଫିରିଙ୍ଗିଆ ଗୋଷ୍ଟି ଉନ୍ନୟନ ଅଧିଜକାରୀ ରଶ୍ମିରଞନ ମହନ୍ତଙ୍କ ସମେତ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେ ସାଇ ରଜତ ରଶ୍ମି ଓ ଅନ୍ୟମାନେ ସାମିଲ୍‍ ଥିଲେ।

ପ୍ରକାଶଯେ, ଗତ କିଛିଦିନତଳେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟର ଜଣେ କର୍ମଚାରୀ ଓ ସହରର ଦୁଇଜଣ ବ୍ୟବସାୟୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଫିରିଙ୍ଗିଆକୁ ମଧ୍ୟ ଗତ କିଛିଦିନ ହେଲା କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯିବା ସହ ପର୍ଯ୍ୟାୟ କ୍ରମେ ସହରରେ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ଲକ କାର୍ଯ୍ୟାଳୟକୁ ସମ୍ପୁର୍ଣ ସିଲ କରାଯିବା ସହ ଅଗ୍ନିଶମ ବାହିନି ଦ୍ୱରା ମଧ୍ୟ ବିଶୋଧିତ ମଧ୍ୟ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories