ବେଜିଂ : ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଜଣେ ଏସ୍ୟୁଭି ଚାଳକ ଦ୍ରୁତଗତିରେ ଗାଡ଼ି ଚଳାଇ ଆଖିବୁଜା ଛୁରିକାଘାତ କରିବାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଚାଳକର ଆକ୍ରମଣରେ ଅନ୍ୟ ୪୪ଜଣ ଆହତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ଦକ୍ଷିଣ ଚୀନ୍ର ହୁନାନ୍ ପ୍ରଦେଶ ଅନ୍ତର୍ଗତ ହେଙ୍ଗ୍ୟାଙ୍ଗ୍ ସହରର ମିଶୁଇଠାରେ ଏହି ଘଟଣା ଘଟିଛି। ଏସ୍ୟୁଭି ଚାଳକ ୟାଙ୍ଗ୍ ଜାନ୍ୟୁନ୍(୫୪) ବୋଲି ଚିହ୍ନଟ ହୋଇଛି ଓ ପୁଲିସ ତାକୁ ଅଟକ ରଖିଛି। ୟାଙ୍ଗ୍ ବିରୋଧରେ ଏକାଧିକ ଆପରାଧିକ ମାମଲା ରହିଛି ଓ ପୂର୍ବରୁ ସେ ବାରମ୍ବାର ଗିରଫ ହୋଇଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି। ପୂର୍ବର ଅପରାଧ ପାଇଁ ପ୍ରତିଶୋଧ ନେବା ଉଦେ୍ଧଶ୍ୟରେ ସେ ଏହି ଆକ୍ରମଣ ଘଟାଇଥିବା ପୁଲିସକୁ କହିଛି।
Popular Categories



