ବେଙ୍ଗାଲୁରୁ : କର୍ଣ୍ଣାଟକର ଦୁଇଟି ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ପିଲା ଅସୁସ୍ଥ ହୋଇପଡିଛନ୍ତି। ଗୁରୁବାର ବାଗଲକୋଟ ଜିଲାର ଚିକ୍କାମାଗି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ସମ୍ବରରେ ଝିଟିପିଟି ପଡିଯାଇଥିବାରୁ ତାକୁ ଖାଇ ୨୦ ପିଲା ଅସୁସ୍ଥ ହୋଇଛନ୍ତି। ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାଙ୍କ ପେଟ ବଥା ହେବା ସହିତ ଝାଡା ଓ ବାନ୍ତି ହୋଇଥିଲା। ସମସ୍ତ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ବାଲାରି ଜିଲାର ହାଗାଲୁର ଗ୍ରାମର ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ପିଲା ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ପିଲାଙ୍କୁ ବିଜୟନଗର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଲା ଅସୁସ୍ଥ ହେବାର କାରଣ ଜଣାପଡି ନାହିଁ। ଗତ ୧୪ ତାରିଖରେ ଏକ ମନ୍ଦିରରେ ପ୍ରସାଦ ଖାଇ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା।
Popular Categories



