“ସୁନନ୍ଦାଙ୍କ ମୃତ୍ୟୁ ପଚ୍ଛଦରେ ଶଶି ଥରୁର!
ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦାଙ୍କ ହତ୍ୟା ମାମଲାରେ ଦାୟୀ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମାମଲାରେ ତଦନ୍ତ ସମ୍ପର୍କିତ ଦାଖଲ ହୋଇଥିବା ଚାର୍ଜସିଟ୍ରେ ଶଶି ଥରୁରଙ୍କୁ ଦାୟୀ କରାଯାଇଛି। ଶିଶିଙ୍କ ପତ୍ନୀ ସୁନନ୍ଦାଙ୍କୁ ମୃତ ଅବସ୍ଥାରେ ୧୭ଜାନୁଆରୀ ୨୦୧୪ରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରୁ ଉଦ୍ଧାର କରାଯାଇ ଥିଲା। ହୋଟେଲ ଲୀଲା ପ୍ୟାଲେସର ରୁମ ନମ୍ବର ୩୪୫ରୁ ସନ୍ଦେହଜନକ ଅବସ୍ଥାରେ ସୁନନ୍ଦାଙ୍କୁ ଉଦ୍ଧାର କରାଯାଇ ଥିଲା। ସୁନନ୍ଦାଙ୍କ ଚିକିତ୍ସା ଚାଲିଥିବାରୁ ଔଷଧର ମାତ୍ରା ଅଧିକ ହୋଇ ତାଙ୍କ ମୃତ୍ୟୁ ହୋଇପାରେ ବୋଲି ଶିଶି ଥରୁର ସନ୍ଦେହ ପ୍ରକାଶ କରିଥିଲେ। କିନ୍ତୁ ଘଟଣାର କିଛି ଦିନ ପୂର୍ବେ ଶଶିଙ୍କ ସହ ପାକିସ୍ତାନର ଜଣେ ମହିଳା ସାମ୍ବାଦିକଙ୍କ ଅବୈଧ ସମ୍ପର୍କକୁ ନେଇ ଗଣମାଧ୍ୟମରେ ସୁନନ୍ଦା ଅଭିଯୋଗ କରିଥିଲେ। ଉଭୟ ସୁନନ୍ଦା ଓ ଶଶିଙ୍କ ସମ୍ପର୍କ ଠିକ୍ ନାହିଁ ଏହା ପ୍ରମାଣିତ ହୋଇଥିବାବେଳେ ସୁନନ୍ଦାଙ୍କ ଶରୀରରେ କ୍ଷତ ଚିହ୍ନକୁ ଦେଖି ପୁଲିିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସୁନନ୍ଦାଙ୍କ କ୍ଷତ ଚିହ୍ନଗୁଡ଼ିକ ପତି ପତ୍ନୀଙ୍କ ମଧ୍ୟରେ ହାତାହାତି ଦ୍ୱାରା ହୋଇଥିବା ପୁଲିସ ରିପୋର୍ଟରେ ଦର୍ଶାଇ ଥିଲା। ତେବେ ସୁନନ୍ଦାଙ୍କ ମୃତ୍ୟୁ ସମୟରେ ଶଶି ସେଠାରେ ଉପସ୍ଥିତ ନଥିଲେ ବୋଲି ପୁଲିସ ତଦନ୍ତରେ ପ୍ରକାଶ କରିଥିଲେ। ତେବେ ପୁଲିସର ଚୂଡ଼ାନ୍ତ ଚାର୍ଜସିଟରେ ସୁନନ୍ଦାଙ୍କ କ୍ଷତ ଚିହ୍ନ ନିଆଁରେ ପୋଡ଼ିଥିବା ଜଣା ପଡ଼ିଥିଲା। ତେବେ ସୁନନ୍ଦାଙ୍କ ମୃତ୍ୟୁ ପାଇଁ ଶଶିଙ୍କୁ ଦାୟୀ କରି ପୁଲିସ ୪୯୮ଏ ଓ ୩୦୬ ଦଫାରେ ମାମଲା ରୁଜୁ କରିଛି।