ରାଷ୍ଟ୍ରୀୟ ପର୍ବ ‘ସାଧାରଣତନ୍ତ୍ର ଦିବସ ଦିବସ’
ଦୁନିଆରେ ସେହି ଦେଶ ସବୁଠାରୁ ଅଧିକ ଶକ୍ତିଶାଳୀ , ଯେଉଁ ଦେଶର ନାଗରିକ ନିଜ ଦେଶ ପ୍ରତି ନିଷ୍ଠାବାନ ହେବା ସହ ଅଧିକ ଭଲ ପାଇବା ପ୍ରଦାନ କରିଥାଆନ୍ତି। ଦେଶଭକ୍ତି ଭାବନା ସେପରି ଏକ ଭାବନା ଯେଉଁଥିରେ ଭଲପାଇବା ରହିବା ସ୍ୱଭାବିକ ଅଟେ। ଦେଶର ନାଗରିକ ହେବା ସହ ଆମ ଭିତରେ ଦେଶଭକ୍ତିର ଗୁଣ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ।
ପ୍ରତ୍ୟେକ ବର୍ଷ ଆମେ ୨୬ ଜାନୁଆରୀ ଦିନକୁ ସାଧାରଣତନ୍ତ୍ର ଦିବସ ଦିବସ ରୂପରେ ପାଳନ କରିଥାଉ। ଏହା ଆମ ଦେଶର ଏକ ବୃହତ୍ତ ରାଷ୍ଟ୍ରୀୟ ପର୍ବ ଅଟେ। ୧୯୫୦ ମସିହା ଜାନୁଆରୀ ୨୬ରେ ଆମର ସମ୍ବିଧାନ ପ୍ରଣୟନ କରାଯାଇଥିଲା। ଏହା ପରେ ବିଶ୍ୱରେ ନିଜର ନୂତନ ପରିଚୟ ସୃଷ୍ଟି ପାଇଁ ପାଦ ଆଗକୁ ଅଗ୍ରସର କରିଥିଲା।
ଆମ ଦେଶରେ ବହୁ ଧର୍ମ, ଜାତି, ସମ୍ପ୍ରଦାୟ, ଭିନ୍ନ ଭିନ୍ନ ଭାଷାର ଲୋକେ ରହିଛନ୍ତି। ଦେଶର ବିକାଶ ହିଁ ସଭିଁଙ୍କ ପ୍ରଧାନ ଲକ୍ଷ ଅଟେ। ଦେଶର ବିକାଶ ପାଇଁ ସମ୍ବିଧାନର ମୁଖ୍ୟ ଭୂମିକା ରହିଛି। ସମ୍ବିଧାନ ରହିଥିବା କାରଣରୁ ସଂପୂର୍ଣ୍ଣ ଦେଶ ବିପଦ ସମୟରେ ଏକଜୁଟ ହୋଇଯାଇଥାଏ।
ଆମେ ଏହି ଦେଶର ନାଗରିକ ହୋଇଥିବାରୁ ଏକ ନିଷ୍ଠାପର ଓ ଦେଶଭକ୍ତ ନାଗରିକ ହେବା ଉଚିତ। ଦେଶ ପାଇଁ ପ୍ରତ୍ୟକ୍ଷ ଭାବେ ହେଉ ଅଥବା ପରୋକ୍ଷ ଭାବେ ହେଉ ସେବା କରିବା ଉଚିତ। ଆସନ୍ତୁ ଜାଣିବା ମହାନ ଲୋକଙ୍କ ମୁଖନିସୃତ ଅମୂଲ୍ୟ ବାଣୀ ଯାହା ସେମାନେ ସାଧାରଣତନ୍ତ୍ର ଦିବସ ଦିବସ ପାଇଁ କହିଛନ୍ତି।
ଆମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମେ କେବଳ ଭାରତୀୟ ଅଟୁ।(ଆମ୍ବେଦକର)।
ଆଇନ ରାଜନୀତି ଶରୀରର ଔଷଧ ସଦୃଶ ସେହି ବ୍ୟବସ୍ଥା ଅଟେ, ଯେବେ ରାଜନୀତି ରୋଗଗ୍ରସ୍ତ ହେବାକୁ ଲାଗିବ, ସେହି ସମୟରେ ଔଷଧ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ।
(ଆମ୍ବେଦକର)।
ମତେ ଏପରି ଅନୁଭବ ହୋଇଥାଏ କି ସମ୍ବିଧାନ ବ୍ୟବହାରିକ ଅଟେ, ଏହା ଶାନ୍ତି ଓ ଯୁଦ୍ଧ ଉଭୟ ସମୟରେ ଏକତ୍ରିତ ରହିବା ପାଇଁ ମଜଭୂତ କରିଥାଏ। (ଆମ୍ବେଦକର)।
ନାଗରିକତା ଦେଶ ସେବା ପାଇଁ ସମର୍ପିତ ଅଟେ। (ଜବାହର ଲାଲ ନେହେରୁ)।
ଆଲେଖ୍ୟ ସସ୍ମିତା ମହାନ୍ତି