www.samajalive.in
Monday, December 8, 2025
14.1 C
Bhubaneswar

ବିଜେପି ସହ ମେଣ୍ଟ ପାଇଁ ଶିବସେନାର ୨ ସର୍ତ୍ତ

ମୁମ୍ବଇ : ସମ୍ପ୍ରତି ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପରାଭବ ଭୋଗିବା ପରିପ୍ରେକ୍ଷୀରେ ଶିବସେନା ଏହାର ଖେଳ ଆରମ୍ଭ କରିଛି। ବିଜେପି ସହିତ ମେଣ୍ଟ ନେଇ ଲୁଚକାଳି ଖେଳୁଥିବା ଶିବସେନା ଆସନ୍ତା ଲୋକସଭା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସହଯୋଗ ପାଇଁ ରାଜି ହୋଇଛି। ଦୁଇ ଦଳ ଏକତ୍ର ନିର୍ବାଚନ ଲଢ଼ିବା ପାଇଁ ଶିବସେନା ଦୁଇଟି ସର୍ତ୍ତ ରଖିଛି। ସେଥିମଧ୍ୟରେ ପ୍ରମୁଖ ସର୍ତ୍ତ ହେଉଛି, ୨୦୧୯ ଲୋକସଭା ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା। ଦ୍ବିତୀୟ ସର୍ତ୍ତ ହେଉଛି ମୋଟ ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନାକୁ ୧୫୫ଟି ଛାଡ଼ିବା। ଏଥିରେ ରାଜିହେଲେ ବିଜେପି-ଶିବସେନା ମେଣ୍ଟ ସମ୍ଭବ ବୋଲି କହିଛନ୍ତି ଦଳର ମୁଖ୍ୟ ଉଦ୍ଧବ ଥାକ୍‌ରେ। ଗତ ନିର୍ବାଚନରେ ଦୁଇ ଦଳ ମଧ୍ୟରେ ମେଣ୍ଟ ରହିଥିଲା; କିନ୍ତୁ ଚଳିତ ବର୍ଷ ପ୍ରାରମ୍ଭରେ ଶିବସେନା ସେଥିରୁ ଓହରିଯାଇ ଏକାକି ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲା। ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୨୧ ବିଧାୟକ ଥିଲାବେଳେ ସେନା ବିଧାୟକଙ୍କ ସଂଖ୍ୟା ୬୩।
ସୂଚନାନୁଯାୟୀ, ବିଧାନସଭା ଆସନ ଭାଗବଣ୍ଟାରେ ବିଜେପି ନିଜ ପାଖରେ ୧୫୦ ଆସନ ରଖି ଶିବସନାକୁ ୧୩୮ ଆସନ ଛାଡ଼ିବାକୁ ରାଜି ହୋଇଛି; କିନ୍ତୁ ଲୋକସଭା ନେଇ କୌଣସି ମତ ଦେଇ ନାହିଁ। ବିଧାନସଭାର କାର୍ଯ୍ୟକାଳ ୨୦୧୯ ନଭେମ୍ବର ୯ରେ ଶେଷ ହେଉଥିବାବେଳେ ଏତେ ଆଗରୁ ଷହାକୁ ଭାଙ୍ଗିଦେବାକୁ ବିଜେପି ପଛାଉଥିବା ଜଣାପଡ଼ିଛି। ୨୦୧୪​‌େ​‌ରେ ଦୁଇ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜେପିକୁ ୨୩ ଓ ଶିବସେନାକୁ ୧୮ ଆସନ ମିଳିଥିଲା। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ସେନା ​‌େ​‌କତେ ଆସନ ନେବ ତାହା ଅଦ୍ୟାବଧି ସ୍ପଷ୍ଟ କରି ନାହିଁ। ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ କହିବାନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା କରିବାକୁ ଶିବସେନା ସହ ଆଲୋଚନା ଚାଲିଛି। ଏତିରୁ ସକାରାତ୍ମକ ଫଳ ମିଳିବାର ଆଶା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories