BJD Bijuli 480×75 Mob

ବଲିଉଡ୍‌ର ଅବିବାହିତା ନାୟିକା

BJD Bijuli 480×75 Mob
0

ବଲିଉଡ୍‌ ଏକ ବଡ଼ ପରିବାର। ଏଠାକୁ ଆସୁଥିବା ଅଭିନେତା ଓ ଅଭିନେତ୍ରୀ ନିଜକୁ କେବେ ନିସଙ୍ଗ ଭାବନ୍ତି ନାହିଁ। ସେମାନଙ୍କର ଏହା ଏକ ଭିନ୍ନ ଦୁନିଆ। କିନ୍ତୁ ଏହି ଗ୍ଲାମର ଦୁନିଆରେ ଆଜି ମଧ୍ୟ କେତେକ ବଲିଉଡ୍‌ ଷ୍ଟାର ଏକାକୀ ଜୀବନ ବିତାଉଛନ୍ତି। ଆମେ ଏଠାରେ କେତେଜଣ ବଲିଉଡ ନାୟିକାଙ୍କ କଥା କହୁଛୁ। ଯେଉଁମାନେ ଆଜି ବି ଅବିବାହିତା; ବିବାହ ବନ୍ଧନରେ ଆବଦ୍ଧ ହୋଇନାହାନ୍ତି।


୧୯୯୦ରେ ଚଳଚ୍ଚିତ୍ର ବାଗୀ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିବା ନାୟିକା ନଗମା ଏଯାବତ୍‌ ବିବାହ କରିନାହାନ୍ତି। ତାଙ୍କ ବୟସ ଏବେ ୪୩ ବର୍ଷ। ସେ ବଲିଉଡ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ, ବଙ୍ଗଳା, ଭୋଜପୁରୀ ଓ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଛନ୍ତି।
ଚଳଚ୍ଚିତ୍ର ବିଜୟପଥରେ ଅଭିନୟ କରି ବଲିଉଡରେ ପାଦ ଥାପିଥିବା ଅଭିନେତ୍ରୀ ତବୁଙ୍କୁ ଏବେ ୪୫ ବର୍ଷ। ସେ ମଧ୍ୟ ଏଯାବତ୍‌ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି। ୧୯୯୪ରେ ଅଜୟ ଦେବଗନଙ୍କ ସହ ବିଜୟପଥ ଓ ନିକଟରେ ଗୋଲମାଲ ଏଗେନ୍‌ ଫିଲ୍ମରେ ମଧ୍ୟ ତବୁ ନଜର ଆସିଥିଲେ।


ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନଙ୍କ ସୁନ୍ଦରତାରେ ସମସ୍ତେ ଫିଦା। କିନ୍ତୁ ସୁସ୍ମିତା ଏଯାବତ୍‌ ବିବାହ କରିନାହାନ୍ତି। ବିବି ନଂ.୧, ମେଁ ହୁଁ ନା ଆଦି କେତେଗୁଡ଼ିଏ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଛି। ୪୧ ବର୍ଷୀୟ ସୁସ୍ମିତାଙ୍କ ନାମ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମଙ୍କ ସହ ଯୋଡି ହୋଇଥିଲା।


ଚଳଚ୍ଚିତ୍ର କହୋ ନା ପ୍ୟାର ହୈ ଭଳି ବ୍ଲକବଷ୍ଟର ଫିଲ୍ମରେ ଅଭିନୟ କରିଥିବା ନାୟିକା ଅମିଷା ପଟେଲ ଏବେ ମଧ୍ୟ କୁଆଁରୀ ରହିଛନ୍ତି। ୪୧ ବର୍ଷୀୟା ଅମିଷା ଆଗକୁ ମଧ୍ୟ ଅନେକ ଗୁଡିଏ ଚଳଚ୍ଚିତ୍ରରେ ଅଭିନୟ କରିବାର ଆଶା ରଖିଛନ୍ତି।
ଟିଭି ସିରିଏଲ ଅଭିନେତ୍ରୀ ଓ ନିର୍ଦେଶିକା ଏକତା କପୁର ମଧ୍ୟ ବିବାହ କରିନାହାନ୍ତି। ୪୨ ବର୍ଷୀୟା ଏକତା ସିରିୟଲ ଓ ୱେବସିରିଜ୍‌ ଉପରେ ଅଧିକ କାର୍ଯ୍ୟ କରୁଛନ୍ତି।
ସେହିପରି ଜାଭେଦ ଅଖତାରଙ୍କ ୪୧ ବର୍ଷର ଝିଅ ଅଭିନେତ୍ରୀ ଜୋୟା ଅଖତାର ମଧ୍ୟ ଏଯାବତ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇନାହାନ୍ତି।

Leave A Reply