www.samajalive.in
Saturday, December 13, 2025
14.1 C
Bhubaneswar

ସୁର୍‌ମା ଏଚ୍‌ସିକୁ ହରାଇଲା ୟୁପି ରୁଦ୍ରସ୍‌

ରାଉରକେଲା: ହକି ଇଣ୍ଡିଆ ଲିଗ୍‌ ପୁରୁଷ ବର୍ଗରେ ୟୁପି ରୁଦ୍ରସ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ଗୁରୁବାର ଖେଳା ଯାଇଥିବା ଏକତରଫା ମ୍ୟାଚରେ ୟୁପି ରୁଦ୍ରସ୍‌ ୩-୦ ଗୋଲରେ ସୁର୍‌ମା ହକି କ୍ଲବ୍‌କୁ ପରାସ୍ତ କରିଛି। ୟୁପି ରୁଦ୍ରସ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୬ ପଏଣ୍ଟ ପାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି।

ୟୁପି ରୁଦ୍ରସ ପକ୍ଷରୁ ଓଡ଼ିଆ ଫରୱାର୍ଡ ସୁଦୀପ ଚିର୍‌ମାକୋ କ୍ରମାଗତ ୨ୟ ମ୍ୟାଚ୍‌ରେ ଗୋଲ୍‌ ଦେଇଥିଲେ। ଖେଳ ଆରମ୍ଭର ଦୁଇ ମିନିଟ୍‌ରେ ଗୋଲ ଦେଇ ସୁଦୀପ ଚିର୍‌ମାକୋ ୟୁପି ରୁଦ୍ରସ୍‌ ଦଳକୁ ଆଗୁଆ କରାଇଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ୟୁପି ରୁଦ୍ରସ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରିନଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ୟୁପି ରୁଦ୍ରସ ୧-୦ ଗୋଲରେ ଆଗୁଆ ରହିଥିଲା।

- Advertisement -

ସୁର୍‌ମା ହକି କ୍ଳବ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ୟୁପି ରୁଦ୍ରସ କୌଣସି ସୁଯୋଗ ଦେଇନଥିଲା। ୩୮ ମିନିଟ୍‌ରେ ୟୁପି ରୁଦ୍ରସ ପକ୍ଷରୁ ଜୋବନପ୍ରୀତ ସିଂହ ଦ୍ବିତୀୟ ଗୋଲ ଦେଇଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ୟୁପି ରୁଦ୍ରସ ୨-୦ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ ସୁର୍‌ମା ହକି କ୍ଲବ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ ମଧ୍ୟ ୟୁପି ରୁଦ୍ରସ କୌଣସି ସୁଯୋଗ ଦେଇନଥିଲା। ୫୮ ମିନିଟ୍‌ରେ ୟୁପି ରୁଦ୍ରସ ପକ୍ଷରୁ ଆକାଶଦୀପ୍‌ ସିଂହ ୩ୟ ଗୋଲ ଦେଇ ଦଳକୁ ୩-୦ରେ ବିଜୟୀ କରାଇଥିଲେ। ୟୁପି ରୁଦ୍ରସ ପ୍ରଥମ ମ୍ୟାଚରେ କଳିଙ୍ଗ ଲାନ୍‌ସର୍ସକୁ ୩-୧ ଗୋଲରେ ପରାସ୍ତ କରିଥିବାବେଳେ ସୁର୍‌ମା ହକି କ୍ଲବ୍‌-ତାମିଲନାଡ଼ୁ ଡ୍ରାଗନ୍‌ସ ସହ ୧-୧ ଗୋଲ ବରାବର ରଖିଥିଲା। ଶୁକ୍ରବାର ଗୋଟିଏ ମ୍ୟାଚ୍‌ ଓଡ଼ିଶାର ଦଳ କଳିଙ୍ଗ ଲାନ୍‌ସର୍ସ ଓ ତାମିଲନାଡୁ ଡ୍ରାଗନ୍‌ସ ମଧ୍ୟରେ ଖେଳାଯିବ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories