www.samajalive.in
Friday, December 12, 2025
17.1 C
Bhubaneswar

ଆଜିର ରାଶିଫଳ: ଶୁକ୍ରବାର-୦୩.୦୧.୨୦୨୫, ରାଶିଫଳରୁ ଜାଣନ୍ତୁ କେମିତି କଟିବ ଆଜିର ଦିନ…

ମେଷ:  ଭ୍ରାତୃତ୍ବର ବନ୍ଧନ ନିବିଡ଼ ହେବ। ସୁସ୍ଥ ଓ ନିରାମୟ ରହିବେ। କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସେବା ମନୋଭାବର ହେବେ। କିଛିଟା ଅଶୁଭ ଫଳ ମିଳିପାରେ। ସୁଖୀ ଜୀବନ ବିତାଇବେ।

ବୃଷ: ଚଳଚଞ୍ଚଳ ଓ ମତିଯୁକ୍ତ ହେବେ। ହଠାତ୍‌ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧାର୍ମିକ ଓ ତେଜସ୍ବୀ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

- Advertisement -

ମିଥୁନ: ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମକୁ ଆଦରି ନେଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମ ଉପରେ ପ୍ରାଧାନ୍ୟ ଦେବେ। ଜଳଯାତ୍ରାରେ ବିପଦ ରହିଛି। ବୁଦ୍ଧିମାନ୍‌ ହେବେ।

କର୍କଟ: ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହେବେ। ପ୍ରସନ୍ନତା ଲାଭ କରିବେ। ଭାଷା ନମନୀୟ ଓ କମନୀୟ ହୋଇପାରେ। ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଧନାଗମ ଓ ବିଜୟୀ ହେବେ।

ସିଂହ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଯୌଥ ପରିବାରର ମୁଖ୍ୟ ହେବେ। ସର୍ବଧର୍ମ ସମନ୍ବୟର ପ୍ରତୀକ ହେବେ।

କନ୍ୟା: ସତ୍ୟ, ଶାନ୍ତି, ଦୟାର ଅବତାର ହୋଇପାରନ୍ତି। ଆୟ ଊଣା ହେବ ନାହିଁ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସ୍ନେହ, ମମତାପୂର୍ଣ୍ଣ ହେବ। ଆହାର ରୁଚିପୂର୍ଣ୍ଣ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।

ତୁଳା: ଉପୁଜିଥିବା ବାଧା, ବିଘ୍ନକୁ ଏଡ଼ାଇ କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ, ଜ୍ଞାନୀ ଓ କ୍ରୋଧୀ ହେବେ।

ବିଛା: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଜନସାଧାରଣଙ୍କର ପ୍ରିୟପାତ୍ର ହେବେ। ପ୍ରତ୍ୟେକ କାର୍ଯ୍ୟରେ ଓ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ବିଭାଗୀୟ ସ୍ତରରୁ ଅର୍ଥ ଓ ସମ୍ମାନ ପାଇବେ।

ଧନୁ: ଜଣେ ଦୟାଳୁ ବ୍ୟକ୍ତିଭାବେ ଜନସାଧାରଣଙ୍କର ନମସ୍ୟ ହେବେ। ନିଜ ବଂଶ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ କରିପାରନ୍ତି। ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପାରିବାରିକ ସ୍ନେହ ଅତୁଟ ରହିବ।

ମକର: ଭାଗ୍ୟ ନିୟନ୍ତାଙ୍କ ଆଶୀର୍ବାଦର ପାତ୍ର ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ, ପ୍ରବାସପ୍ରିୟ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କରିତ୍‌କର୍ମା ହେବେ।

କୁମ୍ଭ: ଅନ୍ୟାୟ ବିରୋଧରେ ଏକାକୀ ସଂଗ୍ରାମ ନିରାପଦ ନ ହୋଇପାରେ। ସାହାଯ୍ୟକାରୀମାନେ କରଛଡ଼ା ଦେଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ତଥା ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ସତର୍କରେ ଚଳିବେ।

ମୀନ: ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ସ୍ବକର୍ମ ପାଇଁ ବେଳେବେଳେ ମନରେ ଅହଂଭାବ ଉଦ୍ରେକ ହୋଇପାରେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories