www.samajalive.in
Monday, December 8, 2025
14.1 C
Bhubaneswar

ଫନି ପରେ ପୁନରଉଦ୍ଧାର କାର୍ଯ୍ୟରେ ସରକାର ସେନାର ସାହାଯ୍ୟ ନେବାର ଥିଲା – ଜଗଦାନନ୍ଦ

ଭୁବନେଶ୍ୱର – ଅତିଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାରରେ ଉପକୂଳ ଓଡିଶାରେ ଭୀଷଣ କ୍ଷୟକ୍ଷତି ହୋଇଛି।  ଏହାପରେ ସରକାରଙ୍କ ପକ୍ଷରୁ ରିଲିଫ ଓ ପୁନରଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ମାତ୍ର ଏହି ଭୀଷଣ ସାମୁଦ୍ରିକ ଝଡ ପରେ ରିଲିଫ ଓ ପୁନରଉଦ୍ଧାର କାର୍ଯ୍ୟକୁ  ତ୍ୱରାନିତ୍ୱ କରିବାପାଇଁ ସେନାର ସାହାଯ୍ୟନେବା ଆବଶ୍ୟକ ବୋଲି ନୀତି ଆୟୋଗର ସ୍ଥାୟୀ ସମିତିର ସଦସ୍ୟ ତଥା ଓଡିଶାର ପୂର୍ବତନ ସୂଚନା ଆୟୁକ୍ତ ଜଗଦାନନ୍ଦ କହିଛନ୍ତି । ସେ ସିଭିଲ ସୋସାଇଟିର ସାହାଯ୍ୟରେ ବାତ୍ୟାର କ୍ଷତି ଆକଳନ କରିବା ପାଇଁ ସେ ପ୍ରଚେଷ୍ଟା କରିଛନ୍ତି । ତାଙ୍କ ସହ ସାକ୍ଷାତ କରିଥିଲେ ସମାଜର ଉପଦେଷ୍ଟା ମହେଶ ଶର୍ମା ।

ଫନିର ପ୍ରଭାବରେ  ବିରାଟ ବିରାଟ ଗଛ ସହ ବିଜୁଳି ଖୁଣ୍ଟ ଉପୁଡି ପଡିଛି । ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଯୋଗାଣ ସହ ପୁନରଉଦ୍ଧାର କାର୍ଯ୍ୟକୁ ସେନାର ସାହାଯ୍ୟରେ ଅଧିକ ତ୍ୱରାନିତ୍ୱ କରାଯାଇ ପାରିବ ବୋଲି ଜଗଦାନନ୍ଦ ପ୍ରକାଶ କରିଛନ୍ତି ।

- Advertisement -

୧୯୯୯ ମହାବାତ୍ୟାରେ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା । ସେହି ସମୟରେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଥିଲା । ଏବେ ରିଲିଫ୍‌ ଓ ପୁନରଉଦ୍ଧାର କାର୍ଯ୍ୟ ସେ ତୁଳନାରେ ଧୀର ଗତିରେ ହେଉଥିବା ସେ ସୂଚନା ଦେଇଛନ୍ତି । ମାତ୍ର ରାଜ୍ୟ ସରକାର ଫନି ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରିଥିବା କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ଉପକୂଳ ଅଞ୍ଚଳରୁ ଲୋକମାନଙ୍କୁ ଯେପରି ଭାବରେ ସ୍ଥାନାନ୍ତର କରାଯାଇଛି  ତାହା ଉଲ୍ଲେଖନୀୟ ।

 

ରିଲିଫ କାର୍ଯ୍ୟରେ ତାଙ୍କର ସାମାଜିକ ସଂସ୍ଥା ସିଓ୍ୱାଇଏସ୍‌ଡି  ଓ ସିଭିଲ୍‌ ସୋସାଇଟିରର ସଦସ୍ୟମାନେ ସାହାଯ୍ୟ କରୁଥିବା ସେ କହିଛନ୍ତି ।ଟାଟା ଗ୍ରୁପ ପକ୍ଷରୁ ଏକ ହଜାର ଲିଟର ପାଣିକୁ ବିଶୋଧନ କରିପାରୁଥିବା ଆରୋ ଯୋଗାଇ ଦିଆଯାଇଛି।  ରାଜ୍ୟ ସରକାର ବି ପଦକ୍ଷେପ ଗ୍ରହଣ  କରିଛନ୍ତି ।  ପ୍ରମୁଖ ସଚିବ ସୌରଭ ଗର୍ଗ ଏହାର ସମୀକ୍ଷା କରୁଛନ୍ତି । ଅନ୍ୟ ବରିଷ୍ଠ ଅଧିକାରୀ ବି  ବୈଠକରେ ବସୁଛନ୍ତି ।  ଏକାଠି ହୋଇ ଏହି ବିପତ୍ତିର ସାମ୍ନା କରୁଛନ୍ତି  ବୋଲି  ଜଗଦାନନ୍ଦ ସୂଚନା ଦେଇଛନ୍ତି ।

 

 

ପ୍ରଥମେ ତ ବିଜୁଳି ସଂଯୋଗ ପ୍ରଦାନ କରିବା । ତା ପରେ ଅଳିଆ ଆବର୍ଜନା ସଫା କରିବା । ଏହି ଦୁଇଟି କାମ ବେଶ୍‌ ଜରୁରୀ ବୋଲି  ଜଗଦାନନ୍ଦ ପ୍ରକାଶ କରିଛନ୍ତି । ଏ ବିଷୟରେ ସେ ସରକାରଙ୍କୁ ଏକ ଆକଳନ ରିପୋର୍ଟ ପ୍ରଦାନ କରିବେ ।  ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ୨୫ ଜଣିଆ ଏକ ଦଳ ଏ କାମ କରୁଛନ୍ତି । ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି  ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories