www.samajalive.in
Sunday, December 7, 2025
14.1 C
Bhubaneswar

ଡିଏଭି ଜାତୀୟ ସ୍ତରୀୟ ଫୂଟବଲ ପ୍ରତିଯୋଗିତା, ଲାଞ୍ଜିଗଡ ଡିଏଭି ରନର ଅପ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଫୂଟବଲ ପ୍ରତିଯୋଗୀ ମାନେ ଉତ୍ତରପ୍ରଦେଶର ମିରଟ ଡିଏଭି ସେଣ୍ଟ୍ରାଲ ପବ୍ଲିକ ସ୍କୁଲ ଠାରେ ଜାନୁଆରୀ ୭ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଦୁଇଦିନ ହେବାକୁ ଥିବା ଡିଏଭି ଜାତୀୟ ଫୂଟବଲ ପ୍ରତିଯୋଗିତାରେ ରନର ଅପ ହାସଲ କରିଛନ୍ତି। ଏହି ପ୍ରତିଯୋଗୀ ମାନେ ୭ ତାରିଖ ପ୍ରଥମ ଦିନ ପ୍ରଥମ ପର୍ଯ୍ୟାୟରେ ଡିଏଭି ଚଣ୍ଡିଗଡ ସହିତ ପ୍ରଥମ ମ୍ୟାଚ ଖେଳି ଡିଏଭି ଚଣ୍ଡିଗଡକୁ ୩-୦ ଗୋଲରେ ଏବଂ ଦ୍ୱିତୀୟ ମ୍ୟାଚ ଡ଼ିଏଭି ମହାରାଷ୍ଟ୍ରକୁ ୨-୦ ଗୋଲରେ ପରାଜୟ କରି ଡିଏଭି ଲାଞ୍ଜିଗଡ ସେମି ଫାଇନାଲକୁ ଯାଇଥିଲେ। ୮ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ଡିଏଭି ଛତିଶଗଡ଼ ସହିତ ସେମି ଫାଇନାଲ ଖେଳି ଡିଏଭି ଛତିଶଗଡ଼କୁ ୩-୧ ଗୋଲରେ ପରାଜୟ କରି ଫାଇନାଲକୁ ମନୋନୀତ ହେଇଥିଲେ।ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଡିଏଭି ପଞ୍ଜାଵ ସହିତ ଫାଇନାଲ ଖେଳି ୪-୦ ଗୋଲରେ ଡିଏଭି ପଞ୍ଜାଵ ଠାରୁ ପରାଜୟ ହୋଇ ଲାଞ୍ଜିଗଡ ଡିଏଭି ରନର ଅପ ହୋଇଥିଲେ।
ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ୧୨ ଗୋଟି ଡିଏଭି ବିଦ୍ୟାଳୟର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ। ଲାଞ୍ଜିଗଡ ଡ଼ିଏଭି ଫୂଟବଲ ପ୍ରତିଯୋଗୀମାନେ ଗତ ନଭେମ୍ବର ମାସରେ ଓଡ଼ିଶାର ଅନୁଗୋଳ ଜିଲ୍ଲା ତାଳଚେର ଡେରା ଡିଏଭି ପବ୍ଲିକ ସ୍କୁଲ ଠାରେ ଜୋନାଲ ସ୍ତରୀୟ ଫୂଟବଲ ପ୍ରତିଯୋଗିତାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ଦଳ ସହିତ ଫାଇନାଲ ଖେଳି ୨-୦ ଗୋଲରେ ଚମ୍ପିଅନ ହେଇ ଜାତୀୟ ସ୍ତର ପାଇଁ ମନୋନୀତ ହେଇଥିଲେ। ଏହି ପ୍ରତିଯୋଗୀ ମାନେ ୫ ତାରିଖ ଦିନ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ନେତୃତ୍ୱରେ ଶିକ୍ଷକ ଜିତେନ୍ଦ୍ର କୁମାର ବାରିକଙ୍କ ସହିତ ଜାତୀୟ ସ୍ତରୀୟ ପାଇଁ  ଉତ୍ତରପ୍ରଦେଶର ମିରଟ ଗସ୍ତ କରିଥିଲେ। ଏହି ପ୍ରତିଯୋଗୀ ମାନେ ଜାତୀୟ ସ୍ତରୀୟ ଖେଳି ରନର ଅପ ହାସଲ କରି କଳାହାଣ୍ଡି ଜିଲ୍ଲା ,ଲାଞ୍ଜିଗଡ ବ୍ଲକ ତଥା ସ୍କୁଲ ପାଇଁ ଗୌରବ ଆଣିଥିବା ବେଳେ ବେଦାନ୍ତ ଆଲୁମିନା ସିଇଓ ପ୍ରଣବ ଭଟାଚାର୍ଯ୍ୟ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ  ଜିଜି ପାଲ, ମୁଖ୍ୟ ଵିଭୂଦେନ୍ଦୁ ପଣ୍ଡା, ଲାଞ୍ଜିଗଡ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ଅଧ୍ୟକ୍ଷ ସଦାନନ୍ଦ ହୋତା ଓ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories