କାଠୁଆ ମାମଲାରେ ସିବିଆଇ ଯାଞ୍ଚ ପାଇଁ ହେବ ପୁନଃଆବେଦନ

0

ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଆଉ କିଛି ଦିନ ମଧ୍ୟରେ ସୁପ୍ରିମ କୋର୍ଟରେ ପୁନଃ ଆବେଦନ କରିବାକୁ ସ୍ଥିର ହୋଇଛି। ଏହି ମାମଲାକୁ ସିବିଆଇ ଦ୍ୱାରା ଯାଞ୍ଚ କରିବାକୁ ଅଭିଯୁକ୍ତଙ୍କ ପକ୍ଷରୁ ଦାବୀ କରାଯାଇଛି। ସୋମବାର ଏହି ମାମଲାକୁ ପଞ୍ଜାବର ପଠନକୋର୍ଟରେ ଶୁଣାଣି କରିବାକୁ ସୁପ୍ରିମ କୋର୍ଟ ରାୟ ଦେଇଥିଲା। ତେବେ ଏହି ମାମଲାରେ ଅଭିଯୁକ୍ତ ଥିବା ୫ଜଣଙ୍କ ପକ୍ଷରୁ ଖୁବ୍‍ ଶୀଘ୍ର ସିବିଆଇ ତଦନ୍ତ ପାଇଁ ପୁନଃଆବେଦନ କରାଯିବ ବୋଲି ସେମାନଙ୍କ ଓକିଲ ଅଙ୍କୁର ଶର୍ମା ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ମାମଲାରେ ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରିବା ସହ ୨୨୧ଜଣ ସାକ୍ଷୀଙ୍କୁ ସାକ୍ଷ୍ୟ ଦେବା ପାଇଁ ଚୂଡ଼ାନ୍ତ କରିଛି। ଏତେ ସଂଖ୍ୟାରେ ସାକ୍ଷୀଙ୍କୁ ଜେରା କରିବା ମାମଲାକୁ ବିଳମ୍ବିତ କରିବ ନିଶ୍ଚୟ। ଏହାକୁ ଦୃଷ୍ଟିରେ ରଖି ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ସହ ଶୁଣାଣି ପ୍ରକ୍ରିୟାକୁ ପ୍ରତି ଦିନ କରିବାକୁ ଅଭିଯୁକ୍ତଙ୍କ ପକ୍ଷରୁ ଆବେଦନ କରିବାକୁ ସ୍ଥିର କରାଯାଇଛି। ୨୦୧୭ଜାନୁଆରୀରେ ନାବାଳିକାର ମୃତଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇ ଥିଲା। ଏହାର ସପ୍ତାହ ପରେ ନାବାଳିକା ଜଣକ ନିଖୋଜ ହୋଇଥିବା ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ରାଜ୍ୟ ସରକାରଙ୍କ ନିର୍ଦେଶରେ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇ ଥିବାବେଳେ ଏ ନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇ ତଦନ୍ତ ଅବ୍ୟାହତ ରହିଛି। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ପୃଥକ ୨ଟି ମାମଲା ରୁୁଜୁ କରାଯାଇଛି। ଗୋଟିଏ ମାମଲାରେ ୭ଜଣ ଅଭିଯୁକ୍ତଙ୍କ ନାମ ରହିଥିବାବେଳେ ଅନ୍ୟ ମାମଲାରେ ଜଣେ ନାବାଳକଙ୍କ ନାମରେ କରାଯାଇଛି।

Leave A Reply