ଉତ୍ତରାଖଣ୍ଡରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଇଭିଏମ ଫେଲ; କଣ ରହିଛି ଚକ୍ରାନ୍ତ!

0

ନୂଆଦିଲ୍ଲୀ: ଦେଶର ୪ଟି ଲୋକସଭା ଓ ୧୦ଟି ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଅନ୍ୟାନ୍ୟ ନିର୍ବାଚନ ପରି ଆଜି ମଧ୍ୟ ସକାଳୁ ଭୋଟର ନିଜନିଜ ବୁଥରେ ଭୋଟ ଦେବାକୁ ପହଞ୍ôଚ ଥିଲେ। ହେଲେ କେଉଁଠି ଇଭିଏମ ଖରାପ ତ’ ପୁଣି କେଉଁଠି ଭିଭିପ୍ୟାଟ ଅଚଳ। ଫଳରେ ବ୍ୟାପକ ଭାବରେ ପ୍ରଭାବିତ ହେଉଛି ଉପ ନିର୍ବାଚନ। ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଗୋନ୍ଦିଆ ଆସନରେ ମୋଟ୍‍ ୩୮ଟି ଇଭିଏମ ଖରାପ ହେବାର ସୂଚନା ହସ୍ତଗତ ହୋଇଛି। ଫଳରେ ସମ୍ପୃକ୍ତ ବୁଥକୁ ଇଭିଏମ ମରାମତି କରିବାକୁ ଏକ ବୈଶୟିକ ଦଳ ପଠାଇଛନ୍ତି ନିର୍ବାଚନ ଅଧିକାରୀ। ସେହିପରି ନୁରପୁର ଓ କୋରାନା ଆସନରେ ୧୭୦ଟି ବୁଥରେ ମତଦାନ ହୋଇ ପାରୁ ନାହିଁ ବୋଲି ଭୋଟର ଅଭିଯୋଗ କରିଛନ୍ତି। ଇଭିଏମ ଖରାପ ହେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ନିର୍ବାଚନ ଅଧିକାରୀ ଏହି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବାର ନିର୍ଦେଶ ଦେଇଛନ୍ତି। ପାଲଘରରେ ଏକାଧିକ ଇଭିଏମ ମେସିନ ଖରାପ ଥିବା ମତଦାନ ଆରମ୍ଭରୁ ଜଣାପଡ଼ିଥିଲା। ମେସିନରେ ଧୂଳି ପଶି ଯିବାରୁ ତାହା କାର୍ଯ୍ୟ କରୁନାହିଁ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଉତ୍ତରାଖଣ୍ଡର ଥରାଲୀ ଆସନର ସରପାନୀ ବୁଥରେ ଲାଗିଥିବା ଇଭିଏମ ମେସିନର ୨ନମ୍ବର ସୁଇଚ୍‍ ଅକାମୀ ହୋଇଯାଇଛି। ୨ନମ୍ବର ସୁଇଚରେ କଂଗ୍ରେସ ପ୍ରାର୍ଥୀଙ୍କ ଚିହ୍ନ ରହିଛି। ଏହି ମେସିନକୁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଇଭିଏମ ମେସିନ ଖରାପ ହେବାକୁ ନେଇ ପ୍ରତ୍ରିକ୍ରିୟା ରଖିଛନ୍ତି। କେତେକ ସ୍ଥାନରେ ବିଜେପି ପ୍ରାର୍ଥୀ ମଧ୍ୟ ଇଭିଏମ ଖରାପ ପାଇଁ ପୁନଃ ନିର୍ବାଚନ କରିବାକୁ ଦବି କରୁଥିବା ସୂଚନା ମିଳିଛି।

୧୫ପ୍ରତିଶତ ଇଭିଏମ ଖରାପ ଥିବା ସ୍ବୀକାର କରିଛନ୍ତି ନିର୍ବାଚନ କମିଶନର। ତେବେ ରାତି ୧୨ ହେଉ ପଛେ ଆଜି ହିଁ ଉପ- ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନର।

Leave A Reply