www.samajalive.in
Sunday, December 7, 2025
26.1 C
Bhubaneswar

ହାତୀ ଘଉଡ଼ାଇକୁ ଯାଇ ଟ୍ରେନଲାଇନରେ ପଡିଲେ ଯୁବକ, ଟ୍ରେନ ମାଡିଯାଇ କଟିଗଲା ଗୋଡ଼ ଓ ଆଙ୍ଗୁଠି

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ହେମାମୁରା ଗ୍ରାମର ଜଣେ ଯୁବକ ମଧୁ ବେହେରା (୩୫) ହାତୀ ଘଉଡ଼ାଇକୁ ଯାଇ ଗ୍ରାମ ନିକଟସ୍ଥ ଟ୍ରେନ ଲାଇନରେ ପଡିଯାଇଥିଲେ। ଘଟଣାରୁ ଜଣାପଡିଛି ଯେ ରେଢ଼ାଖୋଲ ବନଖଣ୍ଡର ରେଢ଼ାଖୋଲ ରେଞ୍ଜ ଅଂଚଳର ଲୁହାପଙ୍କ, ହେମାମୁରା, ଚରବାଟି ଓ ମଉଳାଭଣଜା ଆଦି ଗ୍ରାମରେ ଗତ କିଛି ଦିନ ହେବ ପ୍ରାୟ ୨୦ରୁ ଏକ ହାତୀପଲ ସନ୍ଧ୍ୟା ନହେଉଣୁ ନିକଟସ୍ଥ ଜଙ୍ଗଲରୁ ଆସି ଅମଳକ୍ଷମ ଧାନ ଫସଲ ଖାଇବା ସହ ମାଡ଼ିଦଳି ନଷ୍ଟ କରୁଥିବା ଅଭିଯୋଗ ହୋଇଆସୁଛି।ସେହିପରି ଏହି ହାତୀ ପଲରେ ଏକ ଦନ୍ତା ହାତୀ ଦେହରେ କ୍ଷତ ହୋଇଥିବା ଗ୍ରାମବାସୀ ଫୁସୁର ଫସୁର ହେଉଛନ୍ତି। କାରଣ ଦନ୍ତା ହାତୀଟି ଧାନ କ୍ଷେତରେ ପାଣିଥିବା ସ୍ଥାନରେ ବହୁତ ସମୟ ଶୋଇ ରହୁଛି ଏବଂ ଚଲା ବୁଲାରେ ତାର ଦେହରେ ଖଣ୍ଡିଆ ଥିବା ଅନୁମାନ କରୁଛନ୍ତି।

ତେବେ ଏଦିଗରେ ବନ ବିଭାଗ ଗୁରୁତର ଦେଇ ହାତୀର ଚିକିତ୍ସା କରାଇଲେ ହାତୀଟି ସୁସ୍ଥ ହୋଇଯିବ। ସେହିପରି ହାତୀପଲଙ୍କୁ ସ୍ଥାନନ୍ତର କରିବା ପାଇଁ ସ୍ଥାନୀୟ ସରପଞ୍ଚ ଅଶ୍ୱିନୀ କୁମାର ପ୍ରଧାନ ଦାବୀ କରିବା ସହିତ ଆଜିର ଘଟଣା ସଂକ୍ରାନ୍ତରେ ଡିଫଓ ପ୍ରଦୀପ୍ତ କୁମାର ସାହୁ ଏବଂ ରେଞ୍ଜ ଅଧିକାରୀ ମୈତ୍ରୀ ମଞ୍ଜିତ ବିଶ୍ୱାଳଙ୍କୁ ଅବଗତ କରାଇଥିଲେ। ସରପଞ୍ଚଙ୍କୁ ଡ଼ିଫଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିବା ସରପଞ୍ଚ ଶ୍ରୀ ପ୍ରଧାନ କହିଛନ୍ତି। ଯୁବକଜଣକ ଗ୍ରାମବାସୀଙ୍କ ସହିତ ହାତୀ ଘଉଡ଼ାଇବା ପାଇଁ ଯାଇଥିଲେ। ହାତୀ ଦଉଡାଇବାରୁ ଜୀବନ ବିକଳରେ ଦୌଡୁ ଥିବା ବେଳେ ସମ୍ୱଲପୁର – ଖୋର୍ଦ୍ଧା ରେଳ ଲାଇନ ହେମାମୁରା ଗ୍ରାମ ନିକଟସ୍ଥ ଟ୍ରେନ ଲାଇନରେ ପଡିଯାଇଥିଲେ ଯୁବକ ଜଣକ। ଏହି ସମୟରେ କୋଣସି ଟ୍ରେନ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ତାଙ୍କ ବାମ ଗୋଡ଼ ଓ ହାତ ଆଙ୍ଗୁଠି କଟି ଯାଇ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଓ ପରେ ବୁର୍ଲା ପଠାଇ ଥିବା ଜଣାପଡିଛି। ଦୁର୍ଘଟଣା ରାତି ପ୍ରାୟ ୯ଟା ବେଳକୁ ହୋଇଥିବା ଅନୁମାନ କରାଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories