www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଯୁଗଳ ମୁକାବିଲା: ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ, ଚେନ୍ନଇ

ଆଇପିଏଲ୍‍: ଆଜି (ରବିବାର)ର ମ୍ୟାଚ୍‍

  • ପଞ୍ଜାବ କିଙ୍ଗ୍‌ସ-ଚେନ୍ନଇ ସୁପର କିଙ୍ଗ୍‌ସ
    ଧର୍ମଶାଳା; ଅପରାହ୍ଣ ୩.୩୦
  • ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ-କଲକାତା ନାଇଟ୍‌ ରାଇଡର୍ସ
    ଲକ୍ଷ୍ନୌ; ସନ୍ଧ୍ୟା ୭.୩୦

ଧର୍ମଶାଳା/ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୧୭ର ରବିବାର ଯୁଗଳ ମ୍ୟାଚ ଖେଳାଯିବ। ଧର୍ମଶାଳାରେ ପଞ୍ଜାବ କିଙ୍ଗ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟରେ ୫୩ତମ ମ୍ୟାଚ ଅପରାହ୍ଣ ୩ଟା୩୦ରୁ ଖେଳାଯିବ। ସେହିପରି ଅଟଳ ବିହାରୀ ବାଜପେୟୀ ଷ୍ଟାଡ଼ିୟମ ଏକ୍‌ନାରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ ରାତି ୭ଟା୩୦ରେ ଖେଳାଯିବ।

- Advertisement -

ପଞ୍ଜାବ କିଙ୍ଗ୍‌ସ ୧୦ଟି ମ୍ୟାଚରୁ ୪ଟି ବିଜୟ ୬ଟି ପରାଜିତ ହୋଇଛି। ଅନ୍ୟପକ୍ଷରେ ଚେନ୍ନଇ ସୁପରକିଙ୍ଗ୍‌ସ ୧୦ଟି ମ୍ୟାଚରୁ ୫ଟି ବିଜୟ ଓ ୫ଟି ପରାଜିତ ହୋଇଛି। ଦୁଇ ଦଳ ଉକ୍ତ ମ୍ୟାଚକୁ ଜିତି ପ୍ଲେ ଅଫ ଦୌଡ଼ର ଆଉ ପାଦେ ଆଗକୁ ବଢିବା ନେଇ ଲକ୍ଷ୍ୟ ରଖିଛନ୍ତି। ପଞ୍ଜାବ ଗତ କିଛି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରୁଛି। ଦଳ ଶେଷ ଦୁଇ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିଲା।

ଶିଖର ଧାୱନ ଆହତ ସମସ୍ୟାରୁ ମୁକୁଳି ନଥିବାରୁ ଉକ୍ତ ମ୍ୟାଚ ଖେଳିବେନି। ଜନି ବେୟାରଷ୍ଟୋ ଫର୍ମକୁ ଫେରିବା ଦଳର ବ୍ୟାଟିଂ ବିଭାଗକୁ ଶକ୍ତିଶାଳୀ କରିଛି। ଏହାବାଦ୍‌ ପ୍ରଭସିମରନ ସିଂହ,ରିଲେ ରୋଶୋ, ଶଶାଙ୍କ ସିଂହ, ଆଶୁତୋଷ ଶର୍ମା ଓ ସାମ କରନ ପ୍ରମୁଖ ରହିଛନ୍ତି। ବୋଲିଂ ବିଭାଗରେ କାଗିସୋ ରାବଡା , ଅର୍ଶଦୀପ୍‌ ସିଂହ, ହର୍ଶଲ ପଟେଲ ମୁଖ୍ୟ ଅସ୍ତ୍ର। ଦୀପକ ଚହର ଆହତ ଥିବାରୁ ଉକ୍ତ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଫର୍ମରେ ଥିବାରୁ ଚେନ୍ନଇ ବିପକ୍ଷରେ ବିଜୟ ଧାରା ବଜାୟ ରଖିବାକୁ ଆଶାବାଦୀ ରହିଛି।

ଅନ୍ୟପକ୍ଷରେ ଚେନ୍ନଇ ସୁପରକିଙ୍ଗ୍‌ସ ନିକଟରେ ଋତୁରାଜ ଗାଏକ୍ବାର୍ଡ, ଅଜିଙ୍କ୍ୟ ରାହାଣେ, ଶିଭମ ଦୁବେ, ସମୀର ରିଜ୍‌ଭି, ରବୀନ୍ଦ୍ର ଜାଡେଜା, ଡ୍ୟାରେଲ ମିଚେଲ ଓ ମହେନ୍ଦ୍ର ସିଂହ ଧୋନି ପ୍ରମୁଖ ବ୍ୟାଟ୍‌ସମ୍ୟାନ ରହିଛନ୍ତି।ଦୀପକ ଚହର, ମାଥିଶା ପାଥିରାଣା,ରିଚାର୍ଡ ଗ୍ଲିସନ, ମୁସ୍ତାଫିଜୁର ରହେମାନ ପ୍ରମୁଖଙ୍କ ଉପରେ ବୋଲିଂ ଭାର ନିର୍ଭରଶୀଳ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ ପଞ୍ଜାବ ୭ ୱିକେଟରେ ଚେନ୍ନଇକୁ ପରାସ୍ତ କରିଥିଲା । ଚେନ୍ନଇ ନିକଟରେ ଏବେ ପ୍ରତିଶୋଧ ନେବାର ସୁଯୋଗ ରହିଛି। ଅନ୍ୟପକ୍ଷରେ କଲକାତା ନାଇଟ୍‌ ରାଇଡର୍ସ ୧୦ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜିତ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହି ପ୍ଲେ ଅଫ୍‌ର ନିକଟତର ହୋଇଛି। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୧୦ଟି ମ୍ୟାଚ୍‌ରୁ ୬ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ୮ ୱିକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ପରାସ୍ତ କରିଥିଲା।

ଲକ୍ଷ୍ନୌ ନିକଟରେ ପ୍ରତିଶୋଧ ନେଇ ସୁଯୋଗ ରହିଛି। କଲକାତା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଫର୍ମରେ ରହିଛି। ସୁନୀଲ ନାରାୟଣ ବିପକ୍ଷ ଦଳ ପାଇଁ ଏବେ ବିପଜ୍ଜନକ ଖେଳାଳି ହୋଇଛନ୍ତି। ଏହାବାଦ୍‌ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମୁମ୍ବଇ ବିପକ୍ଷ ମ୍ୟାଚରେ ୪ଟି ୱିକେଟ ନେଇ ଫର୍ମକୁ ଫେରିବା ଦଳକୁ ଅଧିକ ଶକ୍ତିଶାଳୀ କରିଛି। ବ୍ୟାଟିଂରେ ଶ୍ରେୟାଶ ଆୟର, ଫିଲ୍‌ ସଲ୍ଟ, ଭେଙ୍କଟେଶ ଆୟର , ସୁନୀଲ ନାରାୟଣ ପ୍ରମୁଖ ନିୟମିତ ରନ କରୁଛନ୍ତି। ରିଙ୍କୁ ସିଂହଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ରହିଛି। ବୋଲିଂରେ ଷ୍ଟାର୍କଙ୍କ ସହ ବରୁଣ ଚକ୍ରବର୍ତ୍ତୀ ବିପକ୍ଷ ଦଳ ପାଇଁ ଚିନ୍ତାର ବିଷୟ ହେବେ। ଅନ୍ୟପକ୍ଷରେ ମାର୍କୋସ ଷ୍ଟଇନିସ୍‌ , ନିକୋଲାସ ପୁରନ ଓ ଲୋକେଶ ରାହୁଲ ବ୍ୟାଟିଂ ଫର୍ମରେ ରହିଥିବାବେଳେ ମୋହସିନ ଖାନ, ନବୀନ ଉଲ୍‌ ହକ୍‌ ଓ ରବି ବିଷ୍ଣୋୟିଙ୍କ ଉପରେ ବୋଲିଂ ଭାର ନିର୍ଭର କରୁଛି। ଚର୍ଚ୍ଚିତ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବ ପୁନର୍ବାର ଆହତ ହୋଇଥିବାରୁ ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି। ଯାହା ଦଳକୁ ଚିନ୍ତାରେ ପକାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories