ହାଇ ଆସିବାର କାରଣ ଓ ପ୍ରଭାବ
ବହୁବାର ଆମକୁ ବାରମ୍ବାର ହାଇ ଆସିଥାଏ। ଏପରି ହେଲେ ଆମେ ଭାବି ଥାଉ ଯେ ନିଦ ଲାଗିବା କାରଣରୁ ହାଇ ଆସୁଛି। ମାତ୍ର ଏହା ପଛରେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ବହୁ ଲୋକେ ଏହାର କାରଣ ଜାଣିନଥିବେ। ଜାଣନ୍ତୁ ହାଇ ଆସିବାର କାରଣ କ’ଣ ….
ଯେଉଁ ସମୟରେ ମସ୍ତିଷ୍କରେ ଅମ୍ଳଜାନର ପରିମାଣ କମ ହୋଇ ଅଙ୍ଗାରକାମ୍ଳର ମାତ୍ରା ଅଧିକ ହୋଇଥାଏ ସେତେବେଳେ ଫୁସଫୁସରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଲୋକଙ୍କୁ ହାଇ ଆସିଥାଏ।
ଚିନ୍ତାଗ୍ରସ୍ତ ଏହାର କାରଣ –
ଚିନ୍ତାଗ୍ରସ୍ତ ରହିବା ଫଳରେ ମସ୍ତିଷ୍କର ତାପମାନ ବଢିଯାଏ ଓ ବହୁ ପ୍ରଭାବ ପଡ଼ିଥାଏ। ଅଳସୁଆ ଭଳି ଅନୁଭବ ହେବା ସହ ଅଧିକ ମାତ୍ରାରେ ହାଇ ଆସିଥାଏ।
ଶରୀରରେ ଶକ୍ତିର ମାତ୍ରା କମ ହେଲେ –
ବହୁବାର ଏପରି ହୋଇଥାଏ ଯେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ମିଳିପାରି ନଥାଏ। ସେହି ସମୟରେ ଅଧିକ ହାଇ ଆସିଥାଏ।
ହୃଦୟ ଜନିତ ସମସ୍ୟା –
ଶରୀରରେ ଅମ୍ଳଜାନର ମାତ୍ରା କମ ହେଲେ ରକ୍ତ ପ୍ରବାହ ପାଇଁ ଅଧିକ ସମୟ ଲାଗିବା ସହ ହୃଦୟ ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥାଏ।