ବିଶ୍ବର ବୟସ୍କ ବ୍ୟକ୍ତିଙ୍କ ପରଲୋକ
ଟୋକିଓ : ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତି ମାସାଜୋ ନୋନାକାଙ୍କର ରବିବାର ପରଲୋକ ହୋଇଛି। ତାଙ୍କୁ ୧୧୩ବର୍ଷ ହୋଇଥିଲା। ନୋନାକା ୧୯୦୫ ଜୁଲାଇରେ ଜନ୍ମ ଗ୍ରହଣ ହୋଇଥିବା ଗିନିଜ୍ ୱାର୍ଲ୍ଡ ରେକର୍ଡରୁ ଜଣାଯାଇଛି। ଗିନିଜ ରେକର୍ଡ ଅନୁଯାୟୀ ନୋନାକା ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତି। ଗତବର୍ଷ ସ୍ପେନର ଫ୍ରାନସିକ୍କୋ ଓଲିଭେରାଙ୍କ ମୃତ୍ୟୁ ପରେ ନୋନାକା ବୟସ୍କ ବ୍ୟକ୍ତି ଭାବେ ଗିନିଜ ରେକର୍ଡରେ ସ୍ଥାନ ପାଇଥିଲେ। ନୋନାକା ୧୯୩୧ରେ ବିବାହ କରିଥିଲେ। ତାଙ୍କର ୫ଟି ସନ୍ତାନ ଥିଲେ। ସେ ଏକ ହୋଟେଲରେ ଚାକିରି କରିଥିଲେ। ସେ ଟିଭି ଦେଖିବା ଓ ମିଠା ଖାଇବାକୁ ଭଲ ପାଉଥିଲେ।