ଗୋପବନ୍ଧୁ ଚିକିତ୍ସାଳୟରେ ବିଶ୍ୱ ସେବିକା ଦିବସ ପାଳିତ
ଗୁରୁଡିଝାଟିଆ: ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ବିଶ୍ୱ ସେବିକା ଦିବସ ପାଳିତ ହୋଇଛି। ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମ ଚରଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ନିର୍ଲିପ୍ତ ସେବାର ମୂତ୍ତିମନ୍ତ ପ୍ରତୀକ ବୋଲି କହିଥିଲେ। ଆନ୍ତର୍ଜାତୀୟ ସେବିକା ଦିବସ ତଥା ଫ୍ଲୋରେନ୍ସ ନାଇଟଆଙ୍ଘେଲଙ୍କ ଜନ୍ମଦିନ ପ୍ରତ୍ୟେକ ସେବିକାମାନଙ୍କୁ ନିର୍ଲିପ୍ତ, ତ୍ୟାଗପୂତ, ମାନବବାଦୀ ଚିନ୍ତାଧାରା ସର୍ବୋପରି ମୁର୍ମୁଷୁ ରୋଗୀଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇଦେବାର ପ୍ରେରଣା ପ୍ରଦାନ କରିଥାଏ ବୋଲି ଡାକ୍ତର ଶ୍ରୀ ଦାଶ କହିଥିଲେ।
ସେବିକା ନରେଶ କୁମାର ବେହେରା, ମଧୁସ୍ମୀତା ବାରିକ, ସସ୍ମୀତା ରାଉତ, ସୁଚରିତା ଦାସ, ବନଲତା ଦେ, ଝୁନା ସେଠୀ, ମାନିନୀ ରାଉତ,ବିଭୂତି ଭୂଷଣ ସ୍ୱାଇଁ, ସରୋଜକାନ୍ତ ପ୍ରଧାନ, ମାମାଲି ନାଏକ ଓ ରଶ୍ମୀ ସାମନ୍ତରାୟ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଫ୍ଲୋରେନ୍ସ ନାଇଟଆଙ୍ଗେଲ ଙ୍କ ଫଟୋଚିତ୍ରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Comments are closed.