ବିଶ୍ବକପରେ ନେଦରଲାଣ୍ଡକୁ ୪୦୦ ରନ ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ: ଗ୍ଲେନ ମାକ୍ସୱେଲଙ୍କ ଦ୍ରୁତତମ ଶତକ, ୪୦ ବଲରେ ୧୦୬ ରନ
ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ନେଦରଲାଣ୍ଡକୁ ୪୦୦ ରନର ବିଜୟ ଲକ୍ଷ୍ୟ ଦେଇଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ । ଆଜିର ମ୍ୟାଚ ଅଷ୍ଟ୍ରେଲିଆର ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସଓ୍ବେଲ ମାତ୍ର ୪୦ ବଲରେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ତାଙ୍କର ନେଦରଲାଣ୍ଡ ବୋଲରଙ୍କୁ ଧୁମ ପ୍ରହାର କରି ୧୦୬ ରନ ଇନିଂସରେ ୮ଟି ଛକା ଓ ୯ଟି ଚୌକା ମାରିଥିଲେ, ବିଶ୍ବକପରେ ଦ୍ରୁତତମ ଶତକ ବୋଲି କୁହାଯାଉଛି।
ଆଜି ଟିମ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓଭନର ଷ୍ଟାର ବ୍ୟାଟ୍ସମ୍ୟାନ ମିଚେଲ ମାର୍ସ ମାତ୍ର ୯ ରନ କରି ଆଉଟ ହୋଇଯାଇଥିଲେ। ଦଳ ବିପର୍ଯ୍ୟୟ ଆଡକୁ ଯାଉଥିବାବେଳେ ଲଢୁଆ ବ୍ୟାଟିଂ ସହ ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ୱର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍। ୱାର୍ଣ୍ଣର ଏହି ମ୍ୟାଚରେ ୯୩ଟି ବଲ ଖେଳି ୧୦୪ ରନ କରିଥିଲେ । ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ କରିଥିଲେ। ତେବେ ଗ୍ଲେନ ମାକ୍ସୱେଲଙ୍କ ୪୦ ବଲରେ ବିସ୍ଫୋରକ ୧୦୬ ରନ ଅଷ୍ଟ୍ରେଲିଆର ସ୍କୋରକୁ ୩୯୯ରେ ପହଞ୍ଚାଇଦେଇଥିଲା । ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ୱିକେଟ ନେବାରେ ସଫଳ ହୋଇଥିଲାବେଳେ ବାସ ଡି ଲିଡ୍ ୨ଟି ୱିକେଟ ନେଇଥିଲେ।
Comments are closed.